ରିଲାଏନ୍ସ ଜିଓ ଆଣିଲା ଖାସ୍ ଅଫର ! ନଭେମ୍ବର ୧ ରୁ ଲାଗୁ ହେବ ପ୍ରିପେଡ ପ୍ଲାନ୍ ଉପରେ ୫୦ଟଙ୍କା ପର୍ଯ୍ୟନ୍ତ ଛାଡ

ରିଲାଏନ୍ସ ଜିଓ ଆଣିଲା ଖାସ୍ ଅଫର ! ନଭେମ୍ବର ୧ ରୁ ଲାଗୁ ହେବ ପ୍ରିପେଡ ପ୍ଲାନ୍ ଉପରେ ୫୦ଟଙ୍କା ପର୍ଯ୍ୟନ୍ତ ଛାଡ

ରିଲାଏନ୍ସ ଜିଓ ତାର ଦୁଇଟି ପ୍ରିପେଡ ରିଚାର୍ଜ ପ୍ଲାନରେ ଅଫର ଘୋଷଣା କରିଛି। ଏହି ଅଫର ନଭେମ୍ବର ୧ ରୁ ଲାଗୁ ହୋଇଛି। ଏଥିପାଇଁ କିନ୍ତୁ ଗ୍ରାହକଙ୍କୁ ପେଟିଏମ୍ ମାଧ୍ୟମରେ ରିଚାର୍ଜ କରିବାକୁ ପଡ଼ିବ। ରିଲାଏନ୍ସ ଜିଓ ତାର ବ୍ୟବହାରକାରୀଙ୍କୁ ୪୪୪ ଟଙ୍କା ଓ ୫୫୫ ଟଙ୍କା ଥିବା ପ୍ରିପେଡ ପ୍ଲାନ୍ସ ଉପରେ ଛାଡର ଘୋଷଣା କରିଛି। ଏହି ରିହାତି ଅଫର ପାଇଁ କମ୍ପାନି ପେଟିଏମ୍ ସହିତ ହାତ ମିଳାଇଛି। ଏହି ଦୁଇ ପ୍ଲାନରେ ଶୁଭ ପେଟିଏମ୍ ଅଫର ଜରିଆରେ ୪୦ ଓ ୫୦ ଟଙ୍କା ପର୍ୟ୍ୟନ୍ତ ଛାଡ ଦିଆଯାଇଛି। ୪୪୪ ଟଙ୍କାର ପ୍ରିପେଡ ପ୍ଲାନ୍ ଉପରେ ଛାଡ ପାଇବା ପାଇଁ ଶୁଭ ୪୪ ପ୍ରମୋକୋଡର ବ୍ୟବହାର କରିବା ଉପରେ ୪୪ ଟଙ୍କା ଓ ୫୫୫ ଟଙ୍କାର ପ୍ରିପେଡ ପ୍ଲାନରେ ଶୁଭ ୫୦ ପ୍ରୋମୋକୋଡ ବ୍ୟବହାର କରି ୫୦ ଟଙ୍କାର ରିହାତି ମିଳିବ। ତେବେ ଆପଣ ନିଜ ନମ୍ବରକୁ ପେଟିଏମ୍ ଦ୍ୱାରା ରିଚାର୍ଜ କଲେ ଯାଇ ଏହି ଛାଡର ଲାଭ ଉଠାଇ ପାରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe