କନକ ବ୍ୟୁରୋ: ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଟ୍ରଫି ହାତେଇସାରିଛି । ତେବେ ବର୍ତ୍ତମାନ ଏହି ଦଳ ବିଦେଶୀ ଲିଗରେ ମଧ୍ୟ ନଜର ଆସିବ । ଏମଆଇ ଫ୍ରାଞ୍ଚାଇଜିର ମାଲିକ ରିଲାଏନ୍ସ ଇଣ୍ଡଷ୍ଟ୍ରି ଲିମିଟେଡ୍ ୟୁଏଇ ଏବଂ ଦକ୍ଷିଣ ଆଫ୍ରିକାରେ ଟି-୨୦ ଲିଗ୍ ପାଇଁ ଦୁଇଟି ଦଳ କିଣିଛି । ଦଳ କିଣିବା ଖବର ପୁରୁଣା ହେଇଥିବା ବେଳେ ନୂଆ କଥା ହେଉଛି ଏମଆଇ ଫ୍ରାଞ୍ଚାଇଜି ଏହି ଦୁଇ ଦଳର ନାମ ଘୋଷଣା କରିଛି । ସୋସିଆଲ ମିଡିଆରେ ମଧ୍ୟ ଫ୍ରାଞ୍ଚାଇଜି ଭିଡିଓ ସେୟାର କରିଛି ।

Advertisment

ଏମଆଇ ଫ୍ରାଞ୍ଚାଇଜି ୟୁଏଇ ଟି-୨୦ ଲିଗ ପାଇଁ ନିଜ ଦଳର ନାଁ ରଖିଛି ଏମଆଇ ଏମିରେଟ୍ସ । ସେହିଭଳି ଦକ୍ଷିଣ ଆଫ୍ରିକା ଟି-୨୦ ଲିଗ ପାଇଁ ଦଳର ନାଁ ରହିଛି ଏମଆଇ କେପଟାଉନ । ଏହି ଦୁଇ ଦଳ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ଏମଆଇ ପରିବାର ସଦସ୍ୟ ହୋଇଛନ୍ତି । ଏମଆଇ ଫ୍ରାଞ୍ଚାଇଜି ୟୁଏଇ ଓ ଦକ୍ଷିଣ ଆଫ୍ରିକା ଲିଗ ପାଇଁ ଯେଉଁ ଦୁଇ ସହରକୁ କିଣିଛି ସେହି ଦଳର ନାଁ ମଧ୍ୟ ସେହିଭଳି କରାଯାଇଛି । ଅର୍ଥାତ ୟୁଏଇର ଏମିରେଟ୍ସ ଏବଂ ଦକ୍ଷିଣ ଆଫ୍ରିକାର କେପଟାଉନ ସହରର ନାଁ ଅନୁସାରେ ଫ୍ରାଞ୍ଚାଇଜି ଦଳର ନାଁ ରଖିଛି ।