ଢ଼େଙ୍କାନାଳ: ଢ଼େଙ୍କାନାଳରେ ୭ ବର୍ଷ ହେଲା ବନ୍ଦ ହୋଇପଡ଼ିଥିବା ରିଲାଏନ୍ସ୍ ଇଣ୍ଡଷ୍ଟ୍ରିଜ୍ର ପଲିଫାଇବର୍ ପ୍ଲାଂଟ୍କୁ ବର୍ତମାନ ବେଆଇନ ଭାବେ ଉଠାଇ ନିଆଯାଉଥିବା ଅଭିଯୋଗ ଆସିଛି । ଜମି ହରାଇଥିବା ଲୋକ ଓ କ୍ଷତିଗ୍ରସ୍ତ କର୍ମଚାରୀଙ୍କ ପ୍ରାପ୍ୟ ପୈଠ ନ କରି ବିନା କ୍ଳୋଜର ନୋଟିସ୍ରେ କାରଖାନାର ଯନ୍ତ୍ରାଂଶକୁ ସ୍କ୍ରାପ୍ ଆକାରରେ ଉଠାଇ ନିଆଯାଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ । ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ଏକଥା ଅଭିଯୋଗ ଆଣି ସରକାରୀ କଳ ରିଲାଏନ୍ସକୁ ଅଯଥା ଅନୁଗ୍ରହ ଦେଖାଇ ବେଆଇନ କାରବାର ପାଇଁ ପ୍ରଶୟ ଦେଉଥିବା ଜନ ଅଧିକାର ମଂଚ ଅଭିଯୋଗ କରିଛି ।
ରିଲାଏନସ୍ ନାମରେ ସଙ୍ଗୀନ ଅଭିଯୋଗ
/kanak/media/post_attachments/wp-content/uploads/2016/04/vlcsnap-2016-04-05-17h43m51s777.png)