ଆଜି ରିଲିଜ ହେଉଛି ନୂଆ ଓଡିଆ ଚଳଚିତ୍ର ମୀମାଂସା । ଇଷ୍ଟର୍ଣ୍ଣ ମିଡିଆ ଏଂଟରଟେନମେଂଟର ଷଷ୍ଠ ଓଡିଆ ଚଳଚିତ୍ର ଏକ ସତ୍ୟ ଘଟଣା ଉପରେ ଆଧାରିତ । ଏହା ରାଜ୍ୟର ୩୧ଟି ହଲରେ ରିଲିଜ ହେଉଛି । ସୌମ୍ୟରଂଜନ ପଟ୍ଟନାୟକଙ୍କ ପ୍ରଯୋଜନାରେ ଚକ୍ରଧର ସାହୁ ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି । ଭୁବନେଶ୍ୱରର ଆଇନକ୍ସ ଓ ଶ୍ରୀୟା ସିନେମାରେ ଫିଲ୍ମ ମୀମାଂସା ରିଲିଜ୍ ହେଉଛି । ସାଧାରଣ ବ୍ୟବସାୟିକ ଚଳଚିତ୍ର ଠାରୁ ଏକ ଭିନ୍ନ ସ୍ୱାଦର ଫିଲ୍ମ ନିର୍ମାଣ ହୋଇଛି ।
ଏହାସହ ପରଦାରେ ବୁଦ୍ଧିଆ ସିଂ । ଆଜି ରିଲିଜ୍ ହେଉଛି ବଲିଉଡ୍ ମୁଭି ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍ । ବିସ୍ମୟ ବାଳକ ବୁଦ୍ଧିଆ କୁନି ବୟସରୁ କିପରି ମାରାଥନ ଧାବକ ପାଳଟିଥିଲେ ଏହାକୁ ନେଇ ଫିଲ୍ମର କାହାଣୀ । ବୁଦ୍ଧିଆଙ୍କ ପ୍ରତିଭାକୁ ଆବିଷ୍କାର କରିଥିବା କୋଚ୍ ବିରଂଚି ଦାସଙ୍କ ଚରିତ୍ରକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଓଡିଆ ପ୍ରଯୋଜକ ତଥା ନିର୍ଦ୍ଦେଶକ ସୌମେନ୍ଦ୍ର ପାଢୀ ଏହାକୁ ନିର୍ମାଣ କରିଛନ୍ତି । ବୁଦ୍ଧିଆ ଭୂମିକାରେ ଶିଶୁ କଳାକାର ମୟୂର ଅଭିନୟ କରିଥିବା ବେଳେ ବଲିଉଡ ଷ୍ଟାର ମନୋଜ ବାଜପେୟୀଙ୍କୁ ବୁଦ୍ଧିଆର କୋଚ୍ ବିରଂଚି ଦାସ ଭୁମିକାରେ ଦେଖିବେ ଦର୍ଶକ ।
୨୦୦୪ରୁ ଚର୍ଚ୍ଚାରେ ରହି ଆସିଥିଲା ଧାବକ ବୁଦ୍ଧିଆ ସିଂ । ବିରଂଚି ଦାସ ତାକୁ ତାଲିମ୍ ଦେଇ ଦୌଡିବା ଆରମ୍ଭ କରାଇଥିଲେ । ମାତ୍ର ୪ ବର୍ଷ ବୟସରେ ବୁଦ୍ଧିଆ ବିଶ୍ୱ ରେକର୍ଡ କରି ଚର୍ଚ୍ଚିତ ହୋଇଥିଲା । ପରେ ବିରଂଚି ତାକୁ ଶୋଷଣ କରିବାର ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ଉଭୟଙ୍କୁ ଅଲଗା କରିବା ପରେ ୨୦୦୮ରେ ବିରଂଚି ଦାସଙ୍କୁ ହତ୍ୟା କରାଯାଇଥିଲା । ଏଭଳି ସତ୍ୟ ଘଟଣାକୁ ଆଧାର କରି ଫିଲ୍ମଟି ନିର୍ମିତ ହେଉଛି । ଫିଲ୍ମର ପ୍ରଚାର ପାଇଁ ବୁଦ୍ଧିଆ ଏବେ ଦିଲ୍ଲୀରେ ଅଛନ୍ତି । ପୂର୍ବରୁ ଫ୍ଲାଇଂ ଶିଖ୍ ମିଲଖା ସିଂ ଏବଂ ବକ୍ସର୍ ମାରି କମଙ୍କ ଉପରେ ଫିଲ୍ମ ନିର୍ମିତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଆଉ ଏବେ ବୁଦ୍ଧିଆ ସିଂଙ୍କ କାହାଣୀକୁ ନେଇ ନିର୍ମିତ ଫିଲ୍ମ ‘ବୁଦ୍ଧିଆ ସିଂ: ବର୍ଣ୍ଣ ଟୁ ରନ୍’ ମଧ୍ୟ ସଫଳତା ଲାଭ କରିବ ବୋଲି ଆଶା କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/08/Screen-shot-2016-08-05-at-9.43.22-AM.png)
/kanak/media/post_attachments/wp-content/uploads/2016/08/lipi-mimansa-odia-film-620x315-300x152.jpg)
/kanak/media/post_attachments/wp-content/uploads/2016/08/jbdwcdldu33q0i06.D.0.Mayur-Patole-Manoj-Bajpayee-Budhia-Singh-Born-To-Run-Film-Stills-300x153.jpg)
/kanak/media/post_attachments/wp-content/uploads/2016/08/38765-zfzodoenav-1470345572-300x135.jpg)