‘ଗଙ୍ଗୁବାଇ କାଠିଆୱାଡି’ର ରିଲିଜ ଡେଟ ଘୋଷଣା, ଜାଣନ୍ତୁ କେବେ ହେଉଛି ରିଲିଜ

148

କନକ ବ୍ୟୁରୋ : ଲୋକପ୍ରିୟ ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲିଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ଗଙ୍ଗୁବାଇ କାଠିଆୱାଡିର ରିଲିଜ ଦିନ ଘୋଷଣା ହୋଇଛି । ଚଳିତମାସ ୨୫ ତାରିଖରେ ଭିନ୍ନ ଏକ ଅବତାର ସହ ପରଦାକୁ ଆସିବେ ଆଲିଆ ଭଟ । ୪ ତାରିଖରେ ପ୍ରଯୋଜନା ସଂସ୍ଥା ବହୁ ପ୍ରତିକ୍ଷିତ ଟ୍ରେଲର ରିଲିଜ କରିବା ନେଇ ମଧ୍ୟ ସୂଚନା ଦେଇଛି ।

ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି । ଖୁବ ଶିଘ୍ର ରିଲିଜ ହେବ ଆଲିଆ ଭଟ୍ଟ ଅଭିନୀତି ଫିଲ୍ମ ଗଙ୍ଗୁବାଈ କାଠିଆୱାଡି । ଗୁଜରାଟର ଏକ ସତ୍ୟ ଘଟଣା ଉପରେ ଆଧାରିତ ହୋଇଥିବା ଏହି ଫିଲ୍ମରେ ଆଲିଆଙ୍କ ଦମଦାର ତଥା ଚ୍ୟାଲେଂଜି ରୋଲରେ ଅଭିନୟ ରହିଛି । ମୁମ୍ବାଇର ମାଫିଆ କୁଇନ ଗଙ୍ଗୁବାଇଙ୍କ ଜୀବନୀ ଉପରେ ଫିଲ୍ମର କାହାଣୀ ଗତିଶୀଳ ହେବ । ପୂର୍ବରୁ ରିଲିଜ ହୋଇଥିବା ଟ୍ରେଲରରେ ଅଭିନେତ୍ରୀଙ୍କ ଦମଦାର ଡାଇଲଗ ସହ ଆର୍କଷଣୀୟ ଲୁକ ଦେଖିବାକୁ ମିଳିଛି । ଯାହାକୁ ଦର୍ଶକ ଖୁବ ପସନ୍ଦ ମଧ୍ୟ କରିଛନ୍ତି । ଆଲିଆଙ୍କ ବ୍ୟତିତ ଅଜୟ ଦେବଗନ ଓ ଇମ୍ରାନ ହାସମୀଙ୍କ ଅତିଥିିିି ଭୁମିକାରେ ଅଭିନୟ ରହିଛି । ଆଲିଆଙ୍କ ସହ ଶାନ୍ତନୁ ମାହେଶ୍ୱରୀ, ବିଜୟ ରାଜ, ଇନ୍ଦିରା ତିୱାରୀ, ବରୁଣ କପୁରଙ୍କ ପ୍ରମୁଖ ଭୂମିକାରେ ଅଭିନୟ ରହିଛି ।

ଏହି ବଲିଉଡ ବାୟୋପିକ ସିନେମା ପାଇଁ ସଂଚିତ ଓ ଅଙ୍କିତ ବଲହାର ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ।ବରିଷ୍ଠ ଔପନାସିକ ହୁସେନ ଜୈଦଙ୍କ ଉପନ୍ୟାସକୁ ନେଇ ଫିଲ୍ମକୁ ପ୍ରସ୍ତୁତ କରାଯାଇଛି ।୨୦୧୯ରୁ ଗଙ୍ଗୁବାଇ କାଠିଆୱାଡିର ସୁଟିଂ ଆରମ୍ଭ ହୋଇ ୨୦୨୦ ଜୁନରେ ଶେଷ ହୋଇଥିଲା । ୨୦୨୦ ଅକ୍ଟୋବର ମାସରେ ରିଲିଜ ପାଇଁ ପ୍ରଯୋଜନା ସଂସ୍ଥା ଯୋଜନା କରିଥିଲେ ସୁଦ୍ଧା କରୋନା ପାଇଁ ରିଲିଜ ଡେଟ ଘୁଚିଂଥିଲା । ତେବେ କରୋନା ସ୍ଥିିତି ସ୍ୱାଭାବିକ ହେବା ପରେ ଏବେ ଆଉ ବେଶୀ ଡେରି ନକରି ସଂଜୟ ଲୀଲା ଭଂସାଲି ଫିଲ୍ମର ରିଲିଜ ଘୋଷଣା କରିଛନ୍ତି । ଚଳିିତମାସ ୨୫ ତାରିଖରେ ରିଲିଜ ହେବ ଗଙ୍ଗୁବାଇ କାଠିଆୱାଡି