୨୦ରୁ ଏମିତି କୋହଳ ହେବ ତାଲାବନ୍ଦ କଟକଣା: ଜାଣନ୍ତୁ କଟକଣା ଭିତରେ କଣ ରହିବ ଏବଂ କେଉଁ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିବ..

13,462

କନକ ବ୍ୟୁରୋ: ମେ ମାସ ୩ ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ସାରା ଦେଶରେ ଲକ୍ ଡାଉନ୍ ତାଲାବନ୍ଦ ଜାରି ରହିବ। ଚଳିତମାସ ୨୦ ତାରିଖରୁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ଥିବା ଅଞ୍ଚଳ ଓ ରାଜ୍ୟମାନଙ୍କରେ ଯାତାୟତ ଉପରେ କିଛିଟା କଟକଣା କୋହଳ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛି।

କଟକଣା ଭିତରେ କ’ଣ ରହିବ

• କେବଳ ପ୍ରତିରକ୍ଷା ବିମାନକୁ ଛାଡ଼ି ସମସ୍ତ ଘରୋଇ ଓ ଅନ୍ତରାଷ୍ଟ୍ରୀୟ ବିମାନସେବା ବନ୍ଦ

• ସୁରକ୍ଷାବାହିନୀଙ୍କୁ ଛାଡ଼ି ସମସ୍ତ ଟ୍ରେନରେ ଯାତ୍ରୀ ସେବା ବନ୍ଦ

• ସମସ୍ତ ଯାତ୍ରୀବାହୀ ବସ୍‌ସେବା ବନ୍ଦ

• କେବଳ ମେଡିକାଲ ସାମଗ୍ରୀ ପରିବହନ ବ୍ୟତୀତ ବାକି ସମସ୍ତ ଆନ୍ତଃଜିଲ୍ଲା ଓ ଆନ୍ତଃରାଜ୍ୟ ଗମନାଗମନ ଓ ପରିବହନ ବ୍ୟବସ୍ଥା ଉପରେ କଟକଣା ବଳବତ୍ତର

• ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ୍ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ

• ଅତ୍ୟାବଶ୍ୟକ ସାମଗ୍ରୀ ଉତ୍ପାଦନ କରୁଥିବା ଶିଳ୍ପ ଓ ବ୍ୟାବସାୟିକ ପ୍ରତିଷ୍ଠାନକୁ ଛାଡ଼ି ବାକି ସମସ୍ତ ପ୍ରତିଷ୍ଠାନ ଉପରେ କଟକଣା

• ସ୍ବତନ୍ତ୍ର ଭାବେ ଅନୁମିତି ମିଳିଥିବା ଭୋଜନାଳୟକୁ ଛାଡ଼ି ସମସ୍ତ ହୋଟେଲ୍ ଓ ରେସ୍ତରାଁଗୁଡ଼ିକ ବନ୍ଦ

• ରୋଗୀ ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ପରିବହନକ ଛଡ଼ା କୌଣସି ସ୍ଥାନରେ ଅଟୋ ରିକ୍ସା କିମ୍ବା ଟାକ୍ସି ଗାଡ଼ି ଚାଲିବ ନାହିଁ।

• ସମସ୍ତ ସିନେମା ହଲ୍, ମଲ୍, ସପିଂ କମ୍ପ୍ଲେକ୍ସ, ଜିମ୍, ସ୍ପୋର୍ଟ୍ସ କମ୍ପ୍ଲେକ୍ସ୍, ସୁଇମିଂ ପୁଲ୍, ଆମୋଦ ବିନୋଦନ ପାର୍କ, ଥିଏଟର୍, ବାର୍, ଅଡିଟୋରିୟମ୍, କ୍ଲବ୍ଗୁଡ଼ିକ ବନ୍ଦ

• ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ଆମୋଦପ୍ରମୋଦ, ସାଂସ୍କୃତିକ, ଧାର୍ମିକ ଓ ଶୈକ୍ଷିକ ଉତ୍ସବଗୁଡ଼ିକ ଉପରେ କଟକଣା ବଳବତ୍ତର

• ମନ୍ଦିର, ଗୀର୍ଜା, ସଜିଦ୍ ସମେତ ସର୍ବସାଧାରଣ ଧାର୍ମିକ ସ୍ଥଳୀଗୁଡ଼ିକରେ ଭକ୍ତଙ୍କ ପୂଜାର୍ଚ୍ଚନାକୁ ନିଷେଦ୍ଧ କରାଯାଇଛି

• କୌଣସି ବ୍ୟକ୍ତିଙ୍କ ଦେହାନ୍ତ ହେଲେ ଅନ୍ତେଷ୍ଟିକ୍ରିୟା ପାଇଁ ୨୦ରୁ ଅଧିକ ବ୍ୟକ୍ତିଙ୍କୁ ଅନୁମତି ଦିଆଯିବନି।

• ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ୍ ତାଲାବନ୍ଦ ନିୟମକୁ କଡ଼ାକଡ଼ି ଲାଗୁ କରିବେ। ନିୟମ ଉଲଂଘନକାରୀଙ୍କଠାରୁ ଜାତୀୟ କୋଭିଡ୍-୧୯ ନିର୍ଦ୍ଦେଶାବଳୀ ଅନୁଯାୟୀ ଜରିମାନା ଆଦାୟ କରାଯିବ

• ଶିଳ୍ପାନୁଷ୍ଠାନ ଓ ବ୍ୟାବସାୟିକ ପ୍ରତିଷ୍ଠାନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କୋଭିଡ-୧୯ ପାଇଁ ଉଦ୍ଦିଷ୍ଟ ସମସ୍ତ ଏସଓପିକୁ ଅନୁପାଳନ କରିବା ବାଞ୍ଛନୀୟ

• କରୋନା ସଂକ୍ରମଣ ପ୍ରତିହତ ପାଇଁ ନିଆଯାଉଥିବା ସମସ୍ତ ପ୍ରକାର ପଦକ୍ଷେପ ତଦାରଖ ପାଇଁ ରାଜ୍ୟର ସମସ୍ତ ତହସିଲଦାରଙ୍କୁ ଇନସିଡେଣ୍ଟ କମାଣ୍ଡର୍ସ୍ ଭାବେ ଦାୟିତ୍ବ ଦିଆଯାଇଛି

• ସହରାଞ୍ଚଳରେ ପୁଲିସ କମିସନର କିମ୍ବା ମହାନଗର ନିଗମ କମିସନର ଜୋନାଲ୍ ଡେପୁଟି ମୁନିସିପାଲ୍ କମିସନରଙ୍କୁ ଇନସିଡେଣ୍ଟ୍ କମାଣ୍ଡର ଭାବେ ଦାୟିତ୍ବ ପ୍ରଦାନ କରିପାରିବେ

• ପୁଲିସ କମିସନର, ଜିଲ୍ଲାପାଳ, ଏଡିଏମ୍, ସିଡିଏମ୍ଓ, ଡିସିପି, ଉପଜିଲ୍ଲାପାଳ, ତହସିଲଦାର, ବିଡିଓ, ମୁନିସିପାଲ୍ କମିସନର ଓ ପୌରପାଳିକା କାର୍ଯ୍ୟନିର୍ବାହୀ ଅଧିକାରୀମାନେ ତାଲାବନ୍ଦ ନିୟମ ଲାଗୁ କରିବା ପାଇଁ ଉଚିତ୍ ପଦକ୍ଷେପ ନେଇପାରିବେ ସେମାନଙ୍କୁ ସ୍ଥାନୀୟ ପୁଲିସ ସହଯୋଗ କରିବ

• ନିୟମ ଉଲଂଘନକାରୀଙ୍କ ବିରୁଦ୍ଧରେ ବିପର୍ଯ୍ୟୟ ପରିଚାଳନା ଆଇନ ୨୦୦୫ ଏବଂ କୋଭିଡ୍-୧୯ ନିୟମାବଳୀ ୨୦୨୦ ଅନ୍ତର୍ଗତ କାର୍ଯ୍ୟନୁଷ୍ଠାନ ନିଆଯିବ। ଆବଶ୍ୟକ ପଡ଼ିଲେ ଆଇପିସିର ଧାରା ୧୮୮ର ମଧ୍ୟ ଉପଯୋଗ କରାଯାଇପାରିବ

ସାମାଜିକ କ୍ଷେତ୍ରରେ କାର୍ଯ୍ୟକରୁଥିବା ସଂସ୍ଥାଙ୍କ ପାଇଁ ନିୟମ

• ପିଲାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା, ଭିନ୍ନକ୍ଷମ, ମାନସିକ ଅନଗ୍ରସର, ବରିଷ୍ଠ ନାଗରିକ, ସ୍ବାମୀ ପରିତ୍ୟକ୍ତା ମହିଳା ଓ ବିଧବାମାନଙ୍କ ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ଖୋଲା ରହିବ

• ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ ନିରୀକ୍ଷଣ କକ୍ଷ ଓ ଶିଶୁ ଯତ୍ନ କେନ୍ଦ୍ର ବି ଖୋଲା ହେବ

• ସାମାଜିକ ସୁରକ୍ଷା ଯୋଜନା ଅନ୍ତର୍ଗତ ଆର୍ଥିକ ସହାୟତ ବଣ୍ଟନ କରାଯିବ

• ଅଙ୍ଗନବାଡ଼ି କେନ୍ଦ୍ରର ଶିଶୁମାନଙ୍କୁ ପ୍ରତି ୧୫ ଦିନରେ ଥରେ ସେମାନଙ୍କ ଘରେ ଯାଇ ଖାଦ୍ୟ ସାମଗ୍ରୀ ପହଞ୍ଚାଇ ଦିଆଯିବ

• ସ୍ବୟଂ ସହାୟକ ଗୋଷ୍ଠୀଗୁଡ଼ିକ ଜିଲ୍ଲାପାଳଙ୍କ ଠାରୁ ଆବଶ୍ୟକ ଅନୁମତି ଆଣି ସେମାନଙ୍କ ଉତ୍ପାଦନର ବିକ୍ରି ବଟା କରିପାରିବେ

ହଟସ୍ପଟ୍‌ ଅଞ୍ଚଳ ପାଇଁ ନିୟମ

• କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଖୋର୍ଦ୍ଧା ଜିଲ୍ଲାକୁ ହଟସ୍ପଟ୍‌ ଅଞ୍ଚଳ ଭାବେ ଘୋଷଣା କରିଛି

• ଜିଲ୍ଲା ପ୍ରଶାସନ ଦ୍ବାରା କୋଭିଡ୍ ନିଷିଦ୍ଧାଞ୍ଚଳ ଚିହ୍ନଟ କରାଯିବ

• ନିଷିଦ୍ଧାଞ୍ଚଳରେ ଯେପରି କୌଣସି ଲୋକ ଚଳପ୍ରଚଳ ନ କରିବେ ସେଥିପାଇଁ ପ୍ରଶାସନ ସମସ୍ତ ପ୍ରକାର ପଦକ୍ଷେପ ନେବ

• ଯଦି କୌଣସି ଅଞ୍ଚଳରେ ତାଲାବନ୍ଦ ନିୟମ ଠିକ୍ ଭାବେ ଅନୁପାଳନ ହେଉନାହିଁ ତାହେଲେ ତତ୍କ୍ଷଣାତ୍ ସେ ଅଞ୍ଚଳରୁ କଟକଣା କୋହଳ ବ୍ୟବସ୍ଥା ପ୍ରତ୍ୟାହାର କରିନିଆଯିବ

ସମସ୍ତ କୃଷି କାର୍ଯ୍ୟ ପାଇଁ କଟକଣା କୋହଳ

• କୃଷି ଯନ୍ତ୍ରପାତି ବିକ୍ରି କରୁଥିବା ଦୋକାନ ଖୋଲା ରହିବ
• କୃଷି ଯନ୍ତ୍ରପାତି ମରାମତି କରୁଥିବା ଓ୍ବାର୍କସପ୍ ବି ଖୋଲା ରହିବ
• ସାରା ଓ କୀଟନାଶକ ଉତ୍ପାଦନ, ବିକ୍ରି ଓ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ
• କୃଷି ଯନ୍ତ୍ରପାତି, ପମ୍ପ୍ ସେଟ୍ ଓ ଟ୍ରାକ୍ଟଟର୍ ପାଇଁ ଆନ୍ତଃ ଜିଲ୍ଲା ଓ ଆନ୍ତଃରାଜ୍ୟ ଗମନାଗମନକୁ ଅନୁମତି ଦିଆଯିବ
• ଆଦିବାସୀମାନେ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରିବା ସହ ବିକ୍ରିବଟା କରିପାରିବେ
• ମତ୍ସ୍ୟ ଉତ୍ପାଦନ ଓ ବିକ୍ରି ହୋଇପାରିବ
• ମାଛ ବିହନ, ଚିଙ୍ଗୁଡ଼ି ଓ ମତ୍ସ୍ୟ ଉତ୍ପାଦ ପରିବହନ ପାଇଁ ବି ସୁଯୋଗ ଦିଆଯିବ
• ଚା, କଫି ବଗିଚାରେ ସର୍ବାଧିକ ୫୦% ଲୋକ କାମ କରିପାରିବେ
• ଚା, କଫି ପ୍ରକ୍ରିୟାକରଣ ୟୁନିଟ୍ରେ ବି ସର୍ବାଧିକ ୫୦% ଲୋକ କାମ କରିବେ
• ବାଉଁଶ, ନଡ଼ିଆ, କୋକୋ, ମସଲା ଉତ୍ପାଦନ କରାଯିବା ସହ ପ୍ରକ୍ରିୟାକରଣ, ପ୍ୟାକେଜିଂ, ବିକ୍ରିବଟା ପାଇଁ ଅନୁମତି ମିଳିବ
• ନର୍ସରି, ମାଛ ଯାଆଁଳ ଉତ୍ପାଦନ, କେନ୍ଦୁ ପତ୍ର ତୋଳା ପାଇଁ ସର୍ବାଧିକ ୫୦% ଲୋକ ନିୟୋଜିତ ହେବେ
• ଦୁଗ୍ଧ ଉତ୍ପାଦନ, ପ୍ରକ୍ରିୟାକରଣ, ବିକ୍ରି ଉପରେ କଟକଣା ରହିବ ନାହିଁ