କରୋନା ରୋଗୀଙ୍କୁ ଡାଏଲିସସ ଚିନ୍ତା: କଟକ ଏସସିବିରେ କରୋନା ରୋଗୀଙ୍କୁ ଡାଏଲିସିସି ନ ହୋଇପାରିବାକୁ ମୃତ୍ୟୁ ଅଭିଯୋଗ ଆଣିଲେ ପରିବାର ଲୋକେ

କିଡନୀ ରୋଗରେ ପୀଡିତ ହୋଇ ହୋଇଥିଲେ ଭର୍ତି

125

କନକ ବ୍ୟୁରୋ: କରୋନା ରୋଗୀଙ୍କୁ ଡାଏଲିସିସି ଚିନ୍ତା ।  ଠିକ ସମୟରେ ଡାଏଲିସିସି ହୋଇନପାରିବା ଯୋଗୁଁ  କଟକ ବଡ ମେଡିକାଲରେ  ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।  ଖବର ଅନୁସାରେ,  ଜଗତସିଂପୁରର ୨୦ ବର୍ଷୀୟ  ଜଗତସିଂହପୁରର ସୁଶାନ୍ତ କୁମାର ଦାସ  କିଡନୀ ରୋଗରେ ପୀଡିତ ହୋଇ  ଏସସିବି ଆସିଥିଲେ ।

ଆଡମିଶନ ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା, ଯାହା ପଜଟିଭ ଆସିଥିଲା । ତେବେ କିଡନୀ ଜନିତ ସମସ୍ୟା ଯୋଗୁଁ  ତାଙ୍କର ଡାଏଲିସିସି ଜରୁରୀ ଥିଲା । ତେବେ  କରୋନା ଆକ୍ରାନ୍ତ ଯୋଗୁଁ ସୁଶାନ୍ତଙ୍କ ପାଖରୁ କେହି ଆସିଲେ ନାହିଁ କି ଡାଏଲିସିସ ହୋଇପାରିଲା ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ଉଭଣୀ । ସୁଶାନ୍ତଙ୍କ ଘଟଣା ପ୍ରଥମ ନୁହେଁ । ଏସସିବି କୋରନା ୱାର୍ଡରେ ରହୁଥିବା କିଡନୀ ରୋଗୀଙ୍କୁ  ଠିକ ସମୟରେ  ଡାଏଲିସିସି  କରାଯାଉନଥିବା  ଅଭିଯୋଗ ଆଣିଛନ୍ତି କିଡନୀ ରୋଗୀଙ୍କ ସମ୍ପର୍କୀୟ ।

Comments are closed.