କନକ ବ୍ୟୁରୋ: କରୋନା ରୋଗୀଙ୍କୁ ଡାଏଲିସିସି ଚିନ୍ତା । ଠିକ ସମୟରେ ଡାଏଲିସିସି ହୋଇନପାରିବା ଯୋଗୁଁ କଟକ ବଡ ମେଡିକାଲରେ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖବର ଅନୁସାରେ, ଜଗତସିଂପୁରର ୨୦ ବର୍ଷୀୟ ଜଗତସିଂହପୁରର ସୁଶାନ୍ତ କୁମାର ଦାସ କିଡନୀ ରୋଗରେ ପୀଡିତ ହୋଇ ଏସସିବି ଆସିଥିଲେ ।
ଆଡମିଶନ ପୂର୍ବରୁ ତାଙ୍କର କୋଭିଡ ଟେଷ୍ଟ କରାଯାଇଥିଲା, ଯାହା ପଜଟିଭ ଆସିଥିଲା । ତେବେ କିଡନୀ ଜନିତ ସମସ୍ୟା ଯୋଗୁଁ ତାଙ୍କର ଡାଏଲିସିସି ଜରୁରୀ ଥିଲା । ତେବେ କରୋନା ଆକ୍ରାନ୍ତ ଯୋଗୁଁ ସୁଶାନ୍ତଙ୍କ ପାଖରୁ କେହି ଆସିଲେ ନାହିଁ କି ଡାଏଲିସିସ ହୋଇପାରିଲା ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ତାଙ୍କ ଉଭଣୀ । ସୁଶାନ୍ତଙ୍କ ଘଟଣା ପ୍ରଥମ ନୁହେଁ । ଏସସିବି କୋରନା ୱାର୍ଡରେ ରହୁଥିବା କିଡନୀ ରୋଗୀଙ୍କୁ ଠିକ ସମୟରେ ଡାଏଲିସିସି କରାଯାଉନଥିବା ଅଭିଯୋଗ ଆଣିଛନ୍ତି କିଡନୀ ରୋଗୀଙ୍କ ସମ୍ପର୍କୀୟ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/24-4.jpg)