ଚାଲିଛି ମୃତଦେହ ଚିହ୍ନଟ । ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । 

460

କନକ ବ୍ୟୁରୋ: ଚାଲିଛି ମୃତଦେହ ଚିହ୍ନଟ । ମୃତଦେହ ଚିହ୍ନଟ ପାଇଁ ଚେନ୍ନାଇରୁ ଆସୁଛନ୍ତି ସମ୍ପର୍କୀୟ । ସେମାନଙ୍କ ପାଇଁ ରେଳ ବିଭାଗ କରିଛି ସମସ୍ତ ବ୍ୟବସ୍ଥା । ୪୮ ଘଣ୍ଟା ଭିତରେ ଶେଷ ହେବ ଚିହ୍ନଟ ପ୍ରକ୍ରିୟା । ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସୂଚନା । ଆଜି ସନ୍ଧ୍ୟା କିମ୍ବା କାଲି ସକାଳ ସୁଦ୍ଧା ମରାମତି କାମ ଶେଷ ହୋଇଯାଇପାରେ ବୋଲି ସେ କହିଛନ୍ତି ।

ଏହାସହ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି ହୋଇଛି । ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ସେମାନଙ୍କ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ପ୍ରଭାବିତ ଶିଶୁ-କିଶୋରଙ୍କ ବିଷୟରେ ଜଣାଇବାକୁ ନିର୍ଦ୍ଦେଶ କରାଯାଇଛି । ଆଗାମୀ ୭ ଦିନ ଭିତରେ ଏ ବାବଦରେ ଜଣାଇବାକୁ ପରାମର୍ଶ ଦିଆଯାଇଛି ।