ଟଙ୍କା ପାଇଁ କାକା-ଖୁଡ଼ିଙ୍କୁ ମିଳିମିଶି ମାରିଥିଲେ ପୁତୁରା ଝିଆରି । ବ୍ରଜରାଜନଗର ଦମ୍ପତିଙ୍କୁ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୁଲିସ । ୨ ପୁତୁରା ଏବଂ ୩ ଝିଆରିଙ୍କୁ ଗିରଫ ପରେ ନ୍ୟାୟିକ ପ୍ରକ୍ର୍ରିୟା ଜାରି ।

359

କନକ ବ୍ୟୁରୋ : ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଦମ୍ପତିଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି ପୁଲିସ୍ । କକା-ଖୁଡ଼ିଙ୍କୁ ହତ୍ୟା ଅଭିଯୋଗରେ ୫ଜଣ ଝିଆରି ଏବଂ ପୁତୁରାଙ୍କୁ ଗିରଫ କରିଛି ଝାରସୁଗୁଡ଼ା ପୁଲିସ । ୨ ପୁତୁରା, ଏବଂ ୩ ଝିଆରିଙ୍କୁ ଗିରଫ କରିଛି ପୁଲିସ୍ । ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଛି । ପାରିବାରିକ କଳହରୁ ଏହି ହତ୍ୟାକାଣ୍ଡ ହୋଇଥିବା ପୁଲିସ୍ ସୂଚନା ଦେଇଛି ।

ଝାରସୁଗୁଡ଼ା ଜିଲ୍ଳା ରାମପୁର ଫାଣ୍ଡି ପଞ୍ଜାବୀ ଧଉଡ଼ାର ଗିରିବର ଦାସ ପେନେକା ଏବଂ ତାଙ୍କ ସ୍ତ୍ରୀ ଗୀତା ଦାସ ପେନେକାଙ୍କ ଅଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଥିଲା । ଆଉ ପୁଲିସ ତଦନ୍ତ ପରେ ଏହା ଦୁର୍ଘଟଣାବଶତଃ ମୃତ୍ୟୁ ନୁହେଁ ବରଂ ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ କରିଛି ପୁଲିସ୍ । ଟଙ୍କା ଭାଗବଂଟାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଜଣାପଡ଼ିଛି ।

ଏହି ଘଟଣାରେ ମୃତ ଗିରିବରଙ୍କ ୫ ଜଣ ଝିଆରି-ପୁତୁରାଙ୍କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ୍ ହୋଇଥିବା ୫ ଜଣ ହେଲେ ପୁତୁରା ଦୀପକ ଦାସ ପେନେକା, ରାହୁଲ ଦାସ ପେନେକା, ଝିଆରି ମିରନ ଦାସ ପେନେକା, ସୁନିତା ଦାସ ପେନେକା ଏବଂ ସୁପ୍ରିୟା ଦାସ ପେନେକା ।

ମିଳିଥିବା ସୂଚନା ଅନୁସାରେ ମୃତକଙ୍କ ବାପା ଏମ୍ସିଏଲ୍ରେ କାମ କରୁଥିଲେ । ତାଙ୍କ ମୃତ୍ୟୁ ପରେ ସେ ପାଇଥିବା ଅବସରକାଳୀନ ଟଙ୍କାର ଭାବବଂଟାକୁ ନେଇ ଭାଈ-ଭାଇ ମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ହତ୍ୟା କରିଥିବା ଝିଆରି-ପୁୁତୁରାମାନେ ଟଙ୍କା ପାଇଁ କାକାଙ୍କୁ ଟାର୍ଗେଟ୍ କରିଥିଲେ । ଆଉ ଏମାନେ ମିଳିତାଭବେ ପ୍ରଥମେ ମାରଣାସ୍ତ୍ରରେ ପିଟି ପିଟି ଆହତ କରିବା ପରେ ତଂଟି ଚିପି ହତ୍ୟାକରିଥିଲେ । ପରେ ପ୍ରମାଣ ନଷ୍ଟ କରିବା ପାଇଁ କୋଇଲା ଚୁଲାରେ ପୋଡ଼ିଦେବାକୁ ଉଦ୍ୟମ କରିଥିଲେ ।