କନକ ବ୍ୟୁରୋ : ପ୍ରେମସମ୍ପର୍କ ଭିତରେ ଥାଇ ଶାରୀରିକ ସମ୍ବଦ୍ଧ ରଖିବା ପରେ ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେ ନାହିଁ ପ୍ରେମିକା । ଏକ ମାମଲାର ବିଚାର କରି ଏମିତି ଏକ ଗୁରୁତ୍ୱପୂର୍ଣ ରାୟ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ୍ ଭାରତୀ ଡାଙ୍ଗେଙ୍କ ଖଣ୍ଡପୀଠ କହିଛନ୍ତି ଯେ ଯଦି ୨ ଜଣ ବୟସ୍କ ପୁରୁଷ ନାରୀ ସହମତି ଭିତ୍ତିରେ ଶାରୀରିକ ସମ୍ପର୍କ ରଖନ୍ତି ତେବେ ତାହାକୁ କୌଣସି ପରିସ୍ଥିିତିରେ ବି ଦୁଷ୍କର୍ମ ବୋଲି ଗ୍ରହଣ କରାଯିବ ନାହିଁ ।

Advertisment

ଦୀର୍ଘ ବର୍ଷର ସମ୍ପର୍କ ଭିତରେ ଫାଟ ସୃଷ୍ଟିହେଲେ ବିଭିନ୍ନ ସମୟରେ ପ୍ରେମିକା ପୁରୁଷ ବନ୍ଧୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣୁଛନ୍ତି । ୨୦୧୬ ମସିହାରେ ଜଣେ ବ୍ୟକ୍ତିଙ୍କ ବିରୋଧରେ ମୁମ୍ବାଇର ବର୍ସୋବା ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ତାଙ୍କ ପ୍ରେମିକା । ଦର୍ଶାଇଥିଲେ ଦୀର୍ଘ ବର୍ଷଧରି ପ୍ରେମ ସମ୍ପର୍କ ମଧ୍ୟରେ ପୁରୁଷବନ୍ଧୁ ତାଙ୍କ ସହ ଦୈହିକ ସମ୍ପର୍କ ରଖିଆସିଛନ୍ତି । କିନ୍ତୁ ଏବେ ବିବାହ କରିବାକୁ ରାଜି ହେଉନାହାନ୍ତି ।

ଏହି ଅଭିଯୋଗକୁ ଖାରଜ ପାଇଁ ଦୌରା ଜଜଙ୍କ କୋର୍ଟରେ ଆବେଦନ କରି ନିରାଶ ହୋଇଥିଲେ ପ୍ରେମିକ ଜଣକ । ପରେ ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ତାଙ୍କୁ ଆଶ୍ୱସ୍ତି ମିଳିଛି । କୌଣସି ପ୍ରାପ୍ତ ବୟସ୍କ ପୁରୁଷ ଓ ନାରୀ ସହମତି ଭିତ୍ତିରେ ସମ୍ପର୍କ ରଖିଲେ ଏହାକୁ ଦୁଷ୍କର୍ମ ବା ବ୍ୟଭିଚାର ଭାବରେ ଗ୍ରହଣ କରାଯିବ ନାହିଁ ବୋଲି ପୂର୍ବରୁ ସୁପ୍ରିମକୋର୍ଟ ରାୟ ଶୁଣାଇ ସାରିଛନ୍ତି ।

- ସହମତିରେ ଶାରୀରିକ ସମ୍ପର୍କକୁ ନେଇ ବମ୍ବେ ହାଇକୋର୍ଟଙ୍କ ବଡ ରାୟ
- ପ୍ରେମିକଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣିପାରିବେନି ପ୍ରେମିକା
- ଦୀର୍ଘଦିନ ପ୍ରେମ ସମ୍ପର୍କରେ ରହି ଶାରୀରିକ ସମ୍ବଦ୍ଧ ରଖିଥିଲେ, ଏହାକୁ ଦୁଷ୍କର୍ମରେ ଗଣାଯିବନାହିଁ
- ଏକ ଦୁଷ୍କର୍ମ ଅଭିଯୋଗର ଶୁଣାଣି କରି ପ୍ରେମିକଙ୍କୁ ଆଶ୍ୱସ୍ତି ଦେଇଛନ୍ତି କୋର୍ଟ
- ପ୍ରେମ ସମ୍ପର୍କରେ ଥିବାବେଳେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ ପ୍ରେମିକା