ଆପଣ ସିରିୟଲ କିଲରଙ୍କ ବାବଦରେ ଶୁଣିଥିବେ । କିନ୍ତୁ ଜାଣିଛନ୍ତି କି ଦକ୍ଷିଣ ଭାରତରେ ଏମିତି ଜଣେ ସିରିୟଲ କିଲର ଥିଲେ ଯେ କି ୨୦ ଜଣ ନବବିବାହିତାଙ୍କୁ ବିଷ ଦେଇ ମାରିଦେଇଥିଲେ । ସମ୍ପର୍କ ରଖିବା ପରେ ସାଇନାଇଡ଼ ଭଳି ମାରାତ୍ମକ ବିଷ ଦେଇ ହତ୍ୟା କରୁଥିବା ଏହି ହତ୍ୟାକାରୀକୁ ସାଇନାଇଡ଼ ମୋହନ ବୋଲି ସମସ୍ତେ ଜାଣିଥିଲେ । କିଏ ସେହି ସାଇନାଇଡ଼ ମୋହନ, ଜାଣନ୍ତୁ । ୨୦୦୩ ମସିହାରୁ ୨୦୦୯ ମସିହା ମଧ୍ୟରେ ଦକ୍ଷିଣ କର୍ଣ୍ଣାଟକର ୬ଟି ସହରର ବସଷ୍ଟାଣ୍ଡରେ ଥିବା ଶୌଚାଳୟରୁ ୨୦ ଜଣ ମହିଳାଙ୍କ ମୃତଦେହ ମିଳିଥିଲା । ଏହି ମୃତଦେହ ପଛରେ ଗୋଟିଏ କଥା ସମାନ ଥିଲା । ମହିଳାମାନଙ୍କ ବୟସ ୨୦-୩୨ ବର୍ଷ ଥିବାବେଳେ ସମସ୍ତେ ନବବଧୂ ଭଳି ଶାଢ଼ୀ ପିନ୍ଧିଥିଲେ କିନ୍ତୁ ଶରୀରରେ କୌଣସି ଗହଣା ନଥିଲା । ଅଲଗା ଅଲଗା ସହହରରେ ମୃତଦେହ ମିଳିଥିବାରୁ ପୁଲିସ ମଧ୍ୟ ଏହି ସିରିୟଲ ହତ୍ୟାକାଣ୍ଡ ବାବଦରେ ଜାଣିପାରିନଥିଲା । ତେବେ ୨୦୦୯ ମସିହାରେ ଅନିତା ନାମ୍ନୀ ଜଣେ ନବବିବାହିତାଙ୍କର ମୃତ ଦେହ ଶୌଚାଳୟରୁ ମିଳିବା ପରେ ପୁଲିସ ଯେତେବେଳେ ଗୁରୁତ୍ୱର ସହ ତଦନ୍ତ କରିଥିଲା ସେତେବେଳେ ଏହି ହତ୍ୟାକାଣ୍ଡରେ ପ୍ରଫେସର ମୋହନ କୁମାରଙ୍କର ହାତ ଥିବା ଜାଣିବାକୁ ପାଇଥିଲା ।
ପୁଲିସ ମୋହନ କୁମାରଙ୍କୁ ହେପାଜତକୁ ନେଇ ଯେତେବେଳେ ପ୍ରଶ୍ନ କରିଥିଲା, ସେତେବେଳେ ମୋହନର ଉତ୍ତର ଶୁଣି ଖୋଦ ପୁଲିସ ବାବୁମାନଙ୍କର ହୋସ ଉଡିଯାଇଥିଲା । ମୋହନ କୁମାର କହିଥିଲା ଯେ ଯେଉଁ ଝିଅମାନେ ଆର୍ଥିକ ସ୍ତରରେ ଦୁର୍ବଳ ଥିଲେ ଓ ବିବାହ କରିପାରୁନଥିଲେ ସେମାନଙ୍କୁ ସେ ଟାର୍ଗେଟ କରୁଥିଲା । ଏହି ଝିଅମାନଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିନା ଯୌତୁକରେ ବିବାହ କରିବା କଥା କହୁଥିଲା । ବିବାହର ପ୍ରତିଶୃତି ଦେଇ ସେମାନଙ୍କ ସହ ସମ୍ପର୍କ ରଖୁଥିଲା ଓ ପରେ ବାହାନା କରି ବସଷ୍ଟାଣ୍ଡର ଶୌଚାଳୟ ନିକଟକୁ ନେଇଯାଉଥିଲା ।
ସେଠାରେ ଗର୍ଭନିରୋଧକ ବଟିକା ଖାଇବାକୁ ଦେଉଥିଲା, ଯେଉଁଥିରେ ମୋହନ ସାଇନାଇଡ଼ ବିଷ ମିଶାଇ ଦେଉଥିଲା । ଏହା ପରେ ଯୁବତୀଙ୍କ ମୃତ୍ୟୁ ହେବା ପରେ ସେମାନଙ୍କ ଗହଣା ନେଇ ଫେରାର ହୋଇଯାଉଥିଲା । ବଡ କଥା ଯେ ପ୍ରତ୍ୟେକ ଝିଅଙ୍କୁ ମୋହନ କୁମାର ନିଜର ଭିନ୍ନ ଭିନ୍ନ ନାମ କହୁଥିଲା । ୧୨ଟି ନକଲି ନାମ କହିଥିବା ମୋହନକୁ ଗିରଫ କରାଯିବା ପରେ ୨୦୧୩ ମସିହାରେ ମାଙ୍ଗଲୋର ଫାଷ୍ଟଟ୍ରାକ କୋର୍ଟ ୨୦ ଜଣ ମହିଳାଙ୍କ ହତ୍ୟା ଅଭିଯୋଗରେ ଦୋଷୀ ମାନିଥିଲେ । ଏହା ପରେ ମୋହନଙ୍କୁ ଫାଶୀ ଦଣ୍ଡ ଶୁଣାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/01/ssc.jpg)
/kanak/media/post_attachments/wp-content/uploads/2020/01/mohan-victims-1-300x174.jpg)
/kanak/media/post_attachments/wp-content/uploads/2020/01/cyanide-mohan1-300x200.jpg)