ରେଖାଙ୍କ ମଥାରେ ସଂଜୟଙ୍କ ନାଁର ସିନ୍ଦୁର ! ଗୁପ୍ତ ବିବାହକୁ ନେଇ ବଲିଉଡ ହଲଚଲ୍

ରେଖାଙ୍କ ମଥାର ସିନ୍ଦୁର ସଂଜୟଙ୍କ ନାଁର ନୁହେଁ ! ରହସ୍ୟରେ ଆସିଲା ନୂଆ ମୋଡ

Photo Courtesy : http://media2.intoday.in/

ବଲିଉଡର ସଦାବାହାର୍ ନାୟିକା ରେଖାଙ୍କ ସିନ୍ଦୁର ପଛର ସତ ଏବେ ପଦାକୁ ଆସିଛି । ସ୍ୱାମୀ ମୁକେଶ୍ ଅଗ୍ରୱାଲଙ୍କ ମୃତ୍ୟୁ ପରେ ବି ରେଖା କାହା ନାଁର ସିନ୍ଦୁର ଲଗାନ୍ତି । ଦୀର୍ଘ ବର୍ଷର ଅପେକ୍ଷା ପରେ ଏହି ପ୍ରଶ୍ନର ଉତ୍ତର ଏବେ ମିଳିଯାଇଛି । ରେଖା ସଂଜୟ ଦତ୍ତଙ୍କ ପାଇଁ ମଥାରେ ସିନ୍ଦୁର ଲଗାଉଛନ୍ତି ।

ମିଡିଆ ରିପୋର୍ଟ୍ସ ଅନୁସାରେ, ନିକଟରେ ପ୍ରକାଶିତ ହୋଇଥିବା ୟାସିର୍ ଉସମାନଙ୍କ ବହିରେ ରେଖା ଓ ସଂଜୟଙ୍କ ଗୁପ୍ତ ବିବାହର ଖୁଲାସାକୁ ନେଇ ପୁରା ବଲିଉଡରେ ହଙ୍ଗାମା ଆରମ୍ଭ ହୋଇ ଯାଇଛି । ୟାସିରଙ୍କ ବହି ‘ରେଖା - ଦ ଅନଟୋଲ୍ଡ ଷ୍ଟୋରୀ’ ଅନୁସାରେ ୧୯୮୪ରେ ଆସିଥିବା ସିନେମା ‘ଜମିନ୍ ଆସମାନ୍’ର ସୁଟିଂ ସମୟରେ ଉଭୟ ପରସ୍ପରର ନିକଟତର ହୋଇଥିଲେ ।

ଅମିତାଭ ବଚ୍ଚନଙ୍କ ଜୀବନରେ ଜୟା ବଚ୍ଚନ ଆସିବା ପରେ ରେଖା ଏକୁଟିଆ ପଡିଯାଇଥିଲେ । ଆଉ ଏହି କାରଣରୁ ରେଖା ମୁନ୍ନା ଭାଇଙ୍କ ନିକଟତର ହେବା ସହ ତାଙ୍କୁ ଗୁପ୍ତ ବିବାହ କରିଥିଲେ ।  ତେବେ ୟାସିରଙ୍କ ଏହି ବହିରେ ରେଖାଙ୍କ ଜୀବନର ଅନେକ ଅକୁହା କଥା ସ୍ଥାନ ପାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe