ଦିନ ଥିଲା ଆତ୍ମହତ୍ୟା କରିବାକୁ ବାହାରିଥିଲେ । ଯନ୍ତ୍ରଣାସିକ୍ତ ଅନୁଭୂତି ବଖାଣିଲେ ଆକ୍ଟର ।

158

କନକ ବ୍ୟୁରୋ: ଦିନେ ଆତ୍ମହତ୍ୟା କରିବାକୁ ବାହାରିଥିଲେ ହେଲେ ଆଜି ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ, ହାତରେ ତାଙ୍କର ବେଷ୍ଟ ଆକ୍କ୍ର ଆୱାର୍ଡ ।ଆପଣ ଜାଣିସାରିବେଣି ସେ ହେଉଛନ୍ତି ଦିବଙ୍ଗତ ଅଭିନେତା ମନୋଜ ବାଜପେୟୀ । ନିକଟରେ ଆୟୋଜିତ ୬୭ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ଚାର ଚାନ୍ଦ୍ ଲଗାଇ ମଂଚ ଉପରକୁ ଆସିଥିଲେ ମନୋଜ । ଆଉ ଫିଲ୍ମ ‘ଭୋଂସଲେ’ ପାଇଁ ସାଉଁଟି ନେଇଥିଲେ ଶ୍ରେଷ୍ଠ ଅଭିନେତା ପୁରସ୍କାର । ହେଲେ ଏହି ସଫଳତା ପଛର କାହାଣୀ ବି କିଛି କମ୍ ଦୁଃଖଦ ନୁହେଁ । ନିକଟରେ ‘ହ୍ୟୁମାନ୍ସ ଅଫ୍ ବମ୍ବେ’ନାମକ ଏକ ଇନଷ୍ଟାଗ୍ରାମ ପେଜରେ ନିଜ ସଂଘର୍ଷର କାହାଣୀ ବର୍ଣ୍ଣ କରିଛନ୍ତି ମନୋଜ ।

ଜଣେ କୃଷକଙ୍କ ପୁଅ ଥିଲେ ମନୋଜ । ୫ ଭାଇଭଉଣୀଙ୍କ ସହ ଏକ ଚାଳ ଛପର ଘରେ ରହୁଥିଲେ ୭ ପ୍ରାଣୀ କୁଟୁମ୍ବ । ଗରୀବ ଥିଲେ ବି ପିଲାମାନଙ୍କୁ ପାଠ ପଢାଇ ଯୋଗ୍ୟ କରିବାକୁ ଇଚ୍ଛା କରୁଥିଲେ ତାଙ୍କ ବାପା । ମନୋଜ ପାଠ ପଢି ଡାକ୍ତର ହେଉ ବୋଲି ଚାହୁଁଥିଲେ । ହେଲେ ମନୋଜଙ୍କ ସ୍ୱପ୍ନ କିଛି ଅଲଗା ଥିଲା । ପିଲାବେଳୁ ବଚ୍ଚନଙ୍କ ଫ୍ୟାନ୍ ଥିଲେ ତାଙ୍କ ପରି ମଧ୍ୟ ହେବାକୁ ଚାହୁଁଥିଲେ ମନୋଜ । ୯ ବର୍ଷ ବୟସରୁ ଆକ୍ଟର ହେବାର ସ୍ୱପ୍ନ ତାଙ୍କ ଆଖି ତଳେ ଉଙ୍କିପାରିଥିଲା । ହେଲେ ସେ ସମୟରେ ପରିସ୍ଥିତି ଏଥିପାଇଁ ତାଙ୍କୁ ବାଟ କଢାଇ ପାରିନଥିଲା । ବାପାଙ୍କ କଥାନୁସାରେ ପଢା ଜାରି ରଖିଥିଲେ । ହେଲେ ପଢାରେ ଏତେଟା ମନ ଲାଗୁନଥିଲା । ୧୭ ବର୍ଷ ବୟସରେ ସେ ମୁମ୍ବାଇ ପଳାଇଆସିଥିଲେ ଆକ୍ଟିଂ କରିବା ଯୋଶରେ । ସେଠାରେ ସେ ପ୍ରଥମେ ଷ୍ଟିଟ୍ ଡ୍ରାମା କରିବାକୁ ଆରମ୍ଭ କଲେ । ହେଲେ ଏ ବାବଦରେ କିଛି ପ୍ରାପ୍ୟ ମିଳୁନଥିଲା । ସେତେବେଳେ ପେଟର ଭୋକର ଦାଉ ଆଜି ବି ତାଙ୍କ ମନେ ପଡିଲେ ଆଖିରେ ଲୁହ ଚାଲିଆସେ ବୋଲି କହିଛନ୍ତି । ତଥାପି ପେଟର ଭୋକ ମନର ଭୋକକୁ ଚପାଇପାରିନଥିଲା । ଅଭିନୟ ପାଇଁ ଥିବା ସ୍ୱପ୍ନ ତାଙ୍କ ଆଖିରୁ ଯେମିତି ନିଦ ହଜାଇ ଦେଇଥିଲା । ଥରେ ଜାଣିବାକୁୁ ପାଇଲେ ଯେ ନସିରୁଦ୍ଦିନ ଶାହା, ଅନୁପମ ଖେରଙ୍କ ଭଳି ଆକ୍ଟର ମୁମ୍ବାଇ ସ୍ଥିତ ନ୍ୟାସନାଲ ସ୍କୁଲ ଅଫ୍ ଆକ୍ଟିଂରୁ ପ୍ରଶିକ୍ଷଣ ପାଇଛନ୍ତି । ତେଣୁ ଏଠି ପଢିବାକୁ ମନସ୍ଥ କଲେ ହେଲେ ଏଥିପାଇଁ ତାଙ୍କ ଆବେଦନପତ୍ରକୁ ତିନି ତିନି ଥର ରିଜେକ୍ଟ କରିଦିଆଗଲା । ତାଙ୍କର ହିରୋଜେନିକ୍ ଫେସ୍ ନୁହେଁ ବୋଲି ଅନେକ କଟାକ୍ଷ ମଧ୍ୟ କରୁଥିଲେ । ଏହାକୁ ନେଇ ସେ ଥରେ ବିକଳ ହୋଇ କାନ୍ଦିଥିଲେ । ଏଥିରେ ଅତିଷ୍ଠ ହୋଇ ମୁଁ ଆତ୍ମହତ୍ୟା କରିବାକୁ ଚିନ୍ତା କରୁଥିଲେ । ହେଲେ ତାଙ୍କର ଏପରି ମନୋଭାବ ତାଙ୍କ ସାଙ୍ଗ ମାନଙ୍କୁ ବିଚଳିତ କରିଥିଲା । ଅଧିକାଂଶ ସମୟ ତାଙ୍କ ପାଖେ ପାଖେ ଛାଇ ପରି ରହୁଥିଲେ କିଛି ସାଙ୍ଗ ।

ସେହି ସମୟ ଦିନେ ଏକ ଚା’ ଦୋକାନରେ ଥିବାବେଳେ ପ୍ରଯୋଜକ ଓ ନିର୍ଦ୍ଦେଶକ ତିଗମାନସୁ ନିଜ ସ୍କୁଟରରେ ତାଙ୍କୁ ଖୋଜିବାକୁ ଆସିଥିଲେ । ନିର୍ଦ୍ଦେଶକ ଶେଖର କପୁର ନିଜ ଫିଲ୍ମ ‘ବ୍ୟାଣ୍ଡିଡ୍ କ୍ୱିନ୍’ରେ ତାଙ୍କୁ କାଷ୍ଟ୍ କରିବାକୁ ଚାହୁଁଥିଲେ । ତାଙ୍କୁ ଅନୁଭବ ହୋଇଥିଲା ଯେ, ସେହି ରୋଲ ପାଇଁ ପ୍ରସ୍ତୁତ ।ତେଣୁ ସେ ମୁମ୍ବାଇରେ ଜାଗା ବନାଇବାକୁ ଭାବିଲେ ହେଲେ ଏହା ଅତି କଷ୍ଟସାଧ୍ୟ ଥିଲା । ପ୍ରଥମେ ୫ଜଣ ସାଙ୍ଗଙ୍କ ସହ ଗୋଟିଏ ଅଣଓସାରିଆ ଘରେ ଭଡାରେ ରହିବାକୁ ଲାଗିଲେ । ତା’ ମଧ୍ୟରେ ଦୀର୍ଘ ୪ ବର୍ଷ ଅନେକ ମାନସିକ ଓ ସାମାଜିକ ଯନ୍ତ୍ରଣା ସହିଛନ୍ତି ।ଏହାପରେ ତାଙ୍କୁ ମିଳିଲା ମହେଶ ଭଟ୍ଟଙ୍କ ଏକ ସିରିଏଲରେ କାମ କରିବାକୁ ସୁଯୋଗ ମିଳିଲା । ଏଥିପାଇଁ ମାସିକ ତାଙ୍କୁ ମିଳୁଥିଲା ମାତ୍ର ୧୫୦୦ ଟଙ୍କା । ଏହିି ସିରିଏଲରେ ତାଙ୍କ ଅଭିନୟକୁ ପରଖିଥିଲେ କିଛି ନିର୍ଦ୍ଦେଶକ ଓ ପ୍ରଯୋଜକ । ଆଉ ଏହାପରେ ତାଙ୍କୁ ୧୯୯୮ରେ ପ୍ରଥମ ଫିଲ୍ମ ଅଫର ମିଳିଥିଲା ଯାହା ଥିଲା ‘ସତ୍ୟ’ ।ଏହା ତାଙ୍କର ଜୀବନ ପଥ ବଦଳାଇଦେଇଥିଲା । ଆଉ ଏକ ନୂଆ ପରିଚୟକୁ ନିମନ୍ତ୍ରଣ କରିଥିଲା ।

ଏହା ଭିତରେ ସେ ୬୭ଟି ଫିଲ୍ମ କରି ସାରିଛନ୍ତି । ଆଉ ସହ କଳାକାର ଠାରୁ ଆରମ୍ଭ କରି ବେଷ୍ଟ ଫିଲ୍ମ କ୍ରିଟିକ୍ ଆୱାର୍ଡ ଏବଂ ନିକଟରେ ବେଷ୍ଟ ଆକ୍ଟର ଆୱାର୍ଡ ପାଇସାରିଛନ୍ତି । ଏବେ ତାଙ୍କ ପାଖରେ ମାନ ସମ୍ମାନ, ଅର୍ଥ ସବୁକିଛି ଅଛି । ତାଙ୍କ କହିବା ଅନୁସାରେ ସଫଳତା ପାଇବାକୁ ଥିବା ଯୋଶ୍ ଆଗରେ ଅଭାବ ଅନାଟନ କିଛି ନୁହେଁ । ସବୁଠୁ ଗୁରୁତ୍ୱପୂର୍ଣ୍ଣ ହେଉଛି ୯ ବର୍ଷ ବୟସରେ ଜାଗିଉଠିଥିବା ଦୃଢ ଆତ୍ମବିଶ୍ୱାସ, ଯାହା ତାଙ୍କ ଜୀବନର ମାର୍ଗ ଦର୍ଶିକା ।