କନକ ବ୍ୟୁରୋ: ଆସନ୍ତା ୩୧ରୁ ଆରମ୍ଭ ହେବ ବିଶ୍ୱପ୍ରସିଦ୍ଧ ବରଗଡ ଧନୁଯାତ୍ରା । ଏହାକୁ ନେଇ ମଥୁରା ପାଲଟୁଥିବା ବରଗଡରେ ଯେତିକି ଉତ୍ସାହ ତାଠାରୁ ଅଧିକ ଉତ୍ସାହିତ ଅଛନ୍ତି ଗୋପପୁର ପାଲଟୁଥିବା ଅମ୍ବାପାଲି ବାସୀ । ଏଠାରେ କଳାକାରଙ୍କ ପ୍ରସ୍ତୁତି ଜୋର ଧରିଛି । ବିଶେଷକରି କୃଷ୍ଣ, ବଳରାମ ଓ ରାଧା ଭୂମିକାରେ କଳାକାରଙ୍କ ଅଭିନିୟକୁ ଜୀବନ୍ତ କରିବାକୁ ଗୋପପୁର କମିଟି ଗୁରୁତ୍ୱ ଦେଇଛି ।

Advertisment

ମଥୁରାରେ ଯେମିତି କଂସଙ୍କ ରାଜତ୍ୱ ଦର୍ଶକଙ୍କୁ ଆକର୍ଷିତ କରିଥାଏ, ଗୋପପୁରରେ କୃଷ୍ଣଙ୍କ ଲୀଳା ଦେଖି ଦର୍ଶକ ଆତ୍ମବିଭୋର ହୋଇଥାନ୍ତି । ସେଥିପାଇଁ ଗୋପପୁର କୃଷ୍ଣଲୀଳାକୁ ଜୀବନ୍ତ କରିବାକୁ ନିର୍ଦ୍ଦେଶକଙ୍କ ତତ୍ୱାବଧାନରେ ଚାଲିଛି ଅଭ୍ୟାସ । ଆଉ କଳାକାର ବି ଉତ୍ସାହିତ ଅଛନ୍ତି । ଚଳିତବର୍ଷ ଯାତ୍ରାକୁ ଅଧିକ ଆକର୍ଷଣୀୟ କରିବାକୁ ନୂଆ ଦୃଶ୍ୟ ଯୋଡାଯାଇଛି ।