ନିଶା ନିବାରଣ କେନ୍ଦ୍ରରେ ପିଟିପିଟି ହତ୍ୟା ଅଭିଯୋଗ : ୩ମାସ ତଳେ ହୋଇଥିଲେ ଭର୍ତ୍ତି; ଧଉଳି ଥାନାର ଦ୍ୱାରସ୍ତ ହେଲେ ମୃତକଙ୍କ ପରିବାର

254

କନକ ବ୍ୟୁରୋ : ନିଶା ନିବାରଣ କେନ୍ଦ୍ରରେ ବ୍ୟକ୍ତିଙ୍କୁ ହତ୍ୟା ଅଭିଯୋଗ । ଥାନାରେ ଅଭିଯୋଗ କଲେ ମୃତକଙ୍କ ପରିବାର । ଭୁବନେଶ୍ୱର ଧଉଳି ଥାନା ନିକଟ ସ୍ୱୀକାର ନିଶାନିବାରଣ କେନ୍ଦ୍ରରେ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକ ହେଉଛନ୍ତି ଛବି ନାୟକ । ଏନେଇ ଥାନାରେ ଅଭିଯୋଗ କରିଛନ୍ତି ମୃତ ଛବିଙ୍କ ପରିବାର ।

ଅଭିଯୋଗ ଅନୁସାରେ ଛବିଙ୍କୁ ୩ ମାସ ତଳେ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଅତ୍ୟାଚାର କରାଯିବା ସହ ମାଡ଼ ମାରି ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଛନ୍ତି ପରିବାର । ଗତ ରାତି ୩ଟା ସମୟରେ ଛବିଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍ ନଥିବା କହି ଘର ଲୋକଙ୍କୁ ଖବର ଦେଇଥିଲେ ନିଶା ନିବାରଣ କେନ୍ଦ୍ରର କର୍ମଚାରୀ । ପରେ ମୃତ୍ୟୁ ଖବର ପାଇଥିଲେ ପରିବାର ଲୋକ । ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ, ତଦନ୍ତ ଆରମ୍ଭ କରିଛି ଧଉଳି ଥାନା ପୋଲିସ ।