ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ରିୟାଙ୍କୁ ଇଡିର ପଚରାଉଚରା ବେଳେ ଖୁଲାସା । ସୁଶାନ୍ତଙ୍କ ଉଭଣୀଙ୍କୁ ଆକାଉଂଟରୁ କଢାଯାଇଥିଲା ଅଢେଇ କୋଟି ଟଙ୍କା

920

କନକ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତିଙ୍କୁ ଇଡିର ଜେରା ପରେ ବଡ ଖୁଲାସା । ସୁଶାନ୍ତଙ୍କ ଭଉଣୀର ଫିକ୍ସ ଡିପୋଜିଟରୁ ଅଢେଇ ଲକ୍ଷ ଟଙ୍କା ଗାଏବ ପଛରେ ରିୟାଙ୍କ ହାତ ଥିବା ଚର୍ଚ୍ଚା ହେଉଛି । ଅର୍ଥ ହେରଫେର ନେଇ ଇଡିର ଜେରା ପରେ ଗୁମର ଖୋଲିବାରେ ଲାଗିଛି । ଇଂଡିର ଯାଂଚ ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଂଟରୁ ୧୫ କୋଟି ଟଙ୍କା ଗାଏବ ଘଟଣାରୁ ଆରମ୍ଭ ହୋଇ ଏବେ ତାଙ୍କ ଚାର୍ଟାଡ ଆକାଉଂଟ ଯାଏଁ ପହଂଚିଛି । ଶୁକ୍ରବାର ରିୟାଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଜେରା କରିବା ସମୟରେ ସୁଶାନ୍ତଙ୍କ ଭଉଣୀଙ୍କ ଫିକ୍ସ ଡିପୋଜିଟ ଟଙ୍କାକୁ ନେଇ ରିୟା ବଡ ଖୁଲାସା କରିଛନ୍ତି ।

ରିୟା ଇଡି ଟିମକୁ କହିଛନ୍ତି, କମ୍ପାନୀର ହିସାବ କିତାବ ରଖୁଥିବା ଦୁଇ ଚାର୍ଟାଡ ଆକାଉଂଟଙ୍କ ନାମରେ ମାର୍ଚ୍ଚ ମାସରେ ୨ କୋଟି ୬୫ ଲକ୍ଷ ଟଙ୍କା ଟ୍ରାନସଫର କରାଯାଇଛି । ତେବେ ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ସୁଶାନ୍ତ ସିଂ ନିଜ ବଡ ଭଉଣୀ ନାମରେ ସାଢେ ୪ କୋଟି ଟଙ୍କାର ଫିକ୍ସଡ ଡିପୋଜିଟ କରିଥିଲେ । କିନ୍ତୁ ରିୟା ସୁଶାନ୍ତଙ୍କ ଜୀବନରେ ଆସିବା ପରେ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । ଦୁଇ ଚାର୍ଟାଡ ଆକାଉଂଟାଂଟ, ରିୟା ଓ ତାଙ୍କ ଭାଇ ମିଳିମିଶ ଅଡେଇ କୋଟି ଟଙ୍କା ପାର କରିଦେଇଛନ୍ତି । ଅର୍ଥାତ୍ ସୁଶାନ୍ତ ଭଉଣୀ ନାମରେ ରଖିଥିବା ସାଢେ ୪ କୋଟି ଟଙ୍କା ଫିକ୍ସ ଡିପୋଜିଟରୁ କେବଳ ଦୁଇ କୋଟି ରହିଛି । କୁହାଯାଉଛି ସୁଶାନ୍ତଙ୍କ କମ୍ପାନୀର ହିସାବ କିତାବ, ବ୍ୟାଙ୍କା ଖାତା ଓ ଜମା ରାଶିର ଗଣିତରେ ବହୁ ସନ୍ଦିଗ୍ଧ ସୁରାଗ ଇଡି ହାତରେ ଲାଗିଛି । ହେଲେ ଏସବୁ ପ୍ରଶ୍ନର ସଠିକ ଉତର ଦେବା ବଦଳରେ ରିୟା ଟାଳଟୁଳ ନୀତି ଆପଣଉଥିବା ସୂଚନା ମିଳିଛି ।