ସପ୍ତାହାନ୍ତ ସଟଡାଉନ ପାଇଁ ନିୟମିତ ରୁଟରେ ବନ୍ଦ ରହିବ ମୋ ବସ୍ ସେବା । କେବଳ ରେଳ ଷ୍ଟେସନ ଓ ବିମାନବନ୍ଦରରୁ ଯାତ୍ରୀଙ୍କୁ ନେବ ମୋ ବସ୍ ।

111

କନକ ବ୍ୟୁରୋ : ଆସନ୍ତାକାଲିଠାରୁ ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ । ଆଉ ଟ୍ୱିନସିଟି କଟକ-ଭୁବନେଶ୍ୱରରେ ମଧ୍ୟ ସଟଡାଉନ ରହିବ । ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଗାଡିମୋଟର ଓ ଦୋକାନ ବଜାର ବନ୍ଦ ରହିବ । ଏପରିକି ଲୋକଙ୍କ ଯାତାୟତ ଉପରେ ମଧ୍ୟ କଟକଣା ରହିବ । ଆଉ ଏହାକୁ ଦୃଷ୍ଟିରେ ରଖି ନିୟମିତ ରୁଟରେ ଯାଉଥିବା ମୋ ବସ ସେବାକୁ ବନ୍ଦ କରାଯାଇଛି ।
କେବଳ ରେଳ ଷ୍ଟେସନରୁ ଆସୁଥିବା ଯାତ୍ରୀଙ୍କୁ କଟକ ଓ ଖୋର୍ଦ୍ଧା ଯିବା ପାଇଁ ମୋ ବସ ସେବା ଯୋଗାଇ ଦିଆଯିବ । ସେହିଭଳି ବିମାନବନ୍ଦରୁ ରେଳ ଷ୍ଟେସନ ପର୍ଯ୍ୟନ୍ତ ମଧ୍ୟ ବସ ଚଳାଚଳ ଜାରି ରହିବ । କିନ୍ତୁ ଆବଶ୍ୟକୀୟ ସିଟ୍ ଠାରୁ ବସରେ ଅଧିକ ଯାତ୍ରୀଙ୍କୁ ଛିଡା କରି ନିଆଯିବ ନାହିଁ ଏବଂ ବିନା ମାସ୍କରେ ମଧ୍ୟ ବସ୍ ଭିତରକୁ ଏଣ୍ଟ୍ରି ମିଳିବନି ବୋଲି କ୍ରୁଟ ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି ।