ଲକଡାଉନରେ ଗଡିବନି ମୋ ବସ୍ । କେବଳ ରେଳ ଷ୍ଟେସନ ଓ ବିମାନ ବନ୍ଦରରୁ ଯୋଗାଇବ ସେବା। 

193

କନକ ବ୍ୟୁରୋ: ଲକଡାଉନ ସମୟରେ ବନ୍ଦ ରହିବ ମୋ ବସ୍ ସେବା । ଆସନ୍ତାକାଲିଠୁ ସାରା ରାଜ୍ୟରେ ଲକଡାଉନ୍ ଲାଗିବାକୁ ଥିବାବେଳେ ଏହି ସମୟରେ ମୋ ବସ୍ ଚଳାଚଳ କରିବନି ବୋଲି ଟୁଇଟ୍ କରି ସୂଚନା ଦେଇଛି କ୍ରୁଟ୍ । ତେବେ ଯାତ୍ରୀମାନଙ୍କ ସୁବିଧାକୁ ଆଖି ଆଗରେ ରଖି କଟକ ଓ ଖୋର୍ଦ୍ଧାର ରେଳ ଷ୍ଟେସନରେ ବସ ଚଳାଚଳ କରିବ ବୋଲି କୁହାଯାଇଛି । ଏଥିସହିତ ଏୟାରପୋର୍ଟ ଓ ରେଳ ଷ୍ଟେସନ ଭିତରେ ମଧ୍ୟ ବସ୍ ଚଳାଚଳ କରିବ ବୋଲି କ୍ରୁଟ୍ ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ବସରେ ଠିଆ ହୋଇ ଯିବାକୁ ଯାତ୍ରୀଙ୍କୁ ଅନୁମତି ମିଳିବ ନାହିଁ ତା ସହ ବିନା ମାସ୍କରେ କୌଣସି ଯାତ୍ରୀ ବସ୍ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି କ୍ରୁଟ୍ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ।