କନକ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀ ସ୍ଥିତି ଅସମ୍ଭାଳ । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏହି କ୍ରମରେ ଆଜି ରାଜ୍ୟର ୨୩ ଜିଲ୍ଲାରୁ ୫୪୩ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୪ ଜଣ ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି ମହାମାରୀ । ଫଳରେ ରାଜ୍ୟରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୧୪ ହଜାର ୨୮୦କୁ ବୃଦ୍ଧି ପାଇଥିବା ବେଳେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୪ରେ ପହଂଚିଛି ।
Regret to inform the demise of four Covid positive patients while under treatment in hospitals.
1. A 71-year old Male of Cuttack district who was also suffering from Oral Cancer.
2. A 40-year old Female of Khordha district.
— H & FW Dept Odisha (@HFWOdisha) July 14, 2020
ଅନ୍ୟପକ୍ଷରେ ଗତ ୨୪ ଘଂଟାରେ ରାଜ୍ୟରେ ୫୪୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୩୫୪ ଜଣ ସଂଗରୋଧ କେନ୍ଦ୍ରରୁ ଏବଂ ୧୮୯ ଜଣ ସ୍ଥାନୀୟ ଅଂଚଳରୁ ଚିହ୍ନଟ ହୋଇଛନ୍ତି । ରାଜ୍ୟର ୨୩ ଜିଲ୍ଲାରୁ ଏହି ୫୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ ଆଜି ମଧ୍ୟ ଗଂଜାମ ଜିଲ୍ଲାରୁ ରହିଛନ୍ତି ସର୍ବାଧିକ ଆକ୍ରାନ୍ତ । ଗଂଜାମରୁ ସର୍ବାଧିକ ୧୮୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଧାରୁ ୮୭, କଟକରୁ ୩୯, ଗଜପତିରୁ ୨୯, ରାୟଗଡାରୁ ୨୪, ମୟୂରଭଂଜ,କେନ୍ଦୁଝରରୁ ୨୨ ଜଣ ଲେଖାଏଁ, ସୁନ୍ଦରଗଡରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଜଗତସିଂହପୁରରୁ ୧୫, କେନ୍ଦ୍ରାପଡାରୁ ୧୦, ବାଲେଶ୍ୱରରୁ ୮, ବୌଦ୍ଧରୁ ୭, ଝାରସୁଗୁଡାରୁ ୬, କେନ୍ଦ୍ରାପଡାରୁ ୧୦, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୧୪ ହଜାର ୨୮୦କୁ ବୃଦ୍ଧି ହୋଇଛି । ୪ ହଜାର ୯୨୯ ଜଣ ଆକ୍ଟିଭ୍ ଆକ୍ରାନ୍ତ ଥିବା ବେଳେ ଚିକିତ୍ସା ପରେ ସୁସ୍ଥ ହୋଇ ଫେରିଲେଣି ୯ ହଜାର ୨୫୫ ଜଣ । ଗତ ୨୪ ଘଂଟାରେ ୫୦୫ ଜଣ ସୁସ୍ଥ ହେବା ପରେ ଏହି ସଂଖ୍ୟା ୯ ହଜାର ଅତିକ୍ରମ କରିଛି । ଗତ ୨୪ ଘଂଟାରେ ରାଜ୍ୟରେ ୫ ହଜାର ୬୮୯ ଟି ନମୂନା ପରୀକ୍ଷା ହେବା ପରେ ୫୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।
Covid-19 Report For 13th July
New Positive Cases: 543
In Quarantine: 354
Local Contacts: 189(Details of local contacts will be shared by concerned District Administration)
Dist Wise Cases
1. Angul: 1
2. Balasore: 8
3. Bargarh: 3
4. Bhadrak :1
5. Bolangir : 5
6. Boudh: 7— I & PR Department, Odisha (@IPR_Odisha) July 14, 2020
ତେବେ ଖୋର୍ଧା ଜିଲ୍ଲାରେ ଧୀରେ ଧୀରେ ଆକ୍ରାନ୍ତ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଜିଲ୍ଲାର ଆଗ ଧାଡିର କରୋନା ଯୋଦ୍ଧାଙ୍କୁ ହୋଇଛି କରୋନା । ଖୋର୍ଧା ମୁଖ୍ୟ ଡାକ୍ତରଖାନାରେ ଜଣେ ଡାକ୍ତର କରୋନା ସଂକ୍ରମଣର ଶିକାର ହୋଇଥିବା ସୂଚନା ମିଳିଛି । ଡାକ୍ତରଙ୍କ ଠାରେ କରୋନା ଭୂତାଣୁ ଚିହ୍ନଟ ହେବା ପରେ ଡାକ୍ତରଖାନାକୁ ସାନିଟାଇଜ୍ କରାଯାଇଛି । ଏହା ସହିତ ଡାକ୍ତରଖାନାର ଓପିଡିକୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ଖୋର୍ଧା ସିଡିଏମଓ ।