ଉପରମୁହାଁ କରୋନା ମିଟର: ରାଜ୍ୟରେ ମାଡି ଚାଲିଛି ମହାମାରୀ; ଦିନକରେ ୫୯୧ ନୂଆ ଆକ୍ରାନ୍ତ ଚିହ୍ନଟ, ୩ ମୃତ

1,621

କନକ ବ୍ୟୁରୋ: ରାଜ୍ୟରେ କରୋନା ମହାମାରୀର ବିସ୍ଫୋରକ ସ୍ଥିତି । ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୫୯୧ ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ୩ ଜଣ ଆକ୍ରାନ୍ତଙ୍କର କରୋନା ଜନିତ ମୃତ୍ୟୁ ଘଟିଛି । ତେବେ ମୃତକ ୩ ଜଣଙ୍କ ମଧ୍ୟରୁ ୨ ଜଣ ଆକ୍ରାନ୍ତ ଗଂଜାମ ଜିଲ୍ଲାର ହୋଇଥିବା ବେଳେ ଜଣେ ହେଉଛନ୍ତି ଗଜପତି ଜିଲ୍ଲାର ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ଫଳରେ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୬କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ରାଜ୍ୟରେ ଆଜି ୫୯୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧ କେନ୍ଦ୍ରରୁ ୩୯୪ ଜଣ ଥିବା ବେଳେ ଲୋକାଲ କଂଟାକ୍ଟ ୧୯୭ ଜଣ । ଆଜି ୫୯୧ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଗଂଜାମରୁ ସର୍ବାଧିକ ୧୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଖୋର୍ଦ୍ଧାରୁ ୧୨୧ ଜଣ, ମୟୁରଭଂଜରୁ ୨୨ ଜଣ, ନବରଙ୍ଗପୁରରୁ ୨୨ ଜଣ, କଟକରୁ ୩୮ ଜର, ସମ୍ବଲପୁରରୁ ୨୦, ସୁନ୍ଦରଗଡରୁ ୧୮, ବରଗଡରୁ ୩୫, ବାଲେଶ୍ୱରରୁ ୧୩ ଜଣ, ଯାଜପୁରରୁ ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ରାଜ୍ୟରେ ୧୬ ହଜାର ୭୦୧ରେ ପହଚିଂଛି । ଏଯାଏ ୫ ହଜାର ୨୫୯ ସକ୍ରିୟ ସଂକ୍ରମିତ ଥିବା ବେଳେ ୧୧ ହଜାର ୩୩୦ ଜଣ ସୁସ୍ଥ ହୋଇଛନ୍ତି ।