ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ମାନଙ୍କ ପାଇଁ ଖୁସିଖବର । ଆଜିଠୁ ଇ-ଶ୍ରମ ପୋର୍ଟାଲରେ ଆରମ୍ଭ ହେବ ପଞ୍ଜିକରଣ, ଡିସେମ୍ବର ୩୧ ସୁଦ୍ଧା ପଞ୍ଜିକରଣ ସାରିବାକୁ ଲକ୍ଷ୍ୟ ।

Advertisment
ଅସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ମାନଙ୍କ ପାଇଁ ଖୁସିଖବର । ଆଜିଠୁ ଇ-ଶ୍ରମ ପୋର୍ଟାଲରେ ଆରମ୍ଭ ହେବ ପଞ୍ଜିକରଣ, ଡିସେମ୍ବର ୩୧ ସୁଦ୍ଧା ପଞ୍ଜିକରଣ ସାରିବାକୁ ଲକ୍ଷ୍ୟ ।

କନକ ବ୍ୟୁରୋ : ସମଗ୍ର ଦେଶରେ ଆଜିଠାରୁ ୪୦ କୋଟି ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜିକରଣ କାର୍ଯ୍ୟ ଆରମ୍ଭ ହେବ। ଇ-ଶ୍ରମ ପୋର୍ଟାଲରେ ଶ୍ରମିକମାନେ ନିଜେ ପଞ୍ଜିକରଣ କରାଇ ପାରିବେ। ପଞ୍ଜିକରଣରେ ଟ୍ରକ ଡ୍ରାଇଭର, ଦୁଗ୍ଧଜାତ ସାମଗ୍ରୀ କାର୍ଯ୍ୟରେ ନିୟୋଜିତ ଶ୍ରମିକ, କୃଷି କାର୍ଯ୍ୟରେ ସାମିଲ ଥିବା ଶ୍ରମିକ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ଶ୍ରମିକ ତଥା ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ସାମିଲ ହୋଇପାରିବେ।

ପଞ୍ଜିକୃତ ଶ୍ରମିକମାନଙ୍କୁ ଇ-ଶ୍ରମିକ କାର୍ଡ (ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବର) ମିଳିବ ଯାହାଦ୍ବାରା ଜଣେ ଶ୍ରମିକ ଯେକୌଣସି ରାଜ୍ୟରୁ ସାମାଜିକ ସୁରକ୍ଷା ଲାଭ ପାଇ ପାରିବେ। ପଞ୍ଜିକରଣରେ କୌଣସି ପ୍ରକାର ଅସୁବିଧା ହେଲେ ଶ୍ରମିକମାନେ ଟୋଲ୍‌ ଫ୍ରି ନମ୍ବର ୧୪୪୩୪ ଅଥବା ୧୮୦୦୧୩୭୪୧୫୦ ନମ୍ବରରେ ଫୋନ୍‌ କରିପାରିବେ।

ଶ୍ରମିକମାନଙ୍କ ପଞ୍ଜିକରଣ ରାଜ୍ୟମାନଙ୍କର ଉଦ୍ୟୋଗ ବିଭାଗ, ଶ୍ରମ ବିଭାଗ ଓ ନଗର ନିଗମ /ମ୍ୟୁନିସିପାଲଟି ମଧ୍ୟ କରାଇବେ ବୋଲି କେନ୍ଦ୍ର ଶ୍ରମ ଓ ରୋଜଗାର ମନ୍ତ୍ରାଳୟ ସୁତ୍ରରୁ ଜଣାପଡିଛି। ଶ୍ରମିକମାନଙ୍କ ପଞ୍ଜିକରଣ ପାଇଁ ହେଲ୍‌ପ୍‌ ଡେସ୍କ୍‌ ପ୍ରତିଷ୍ଠା କରାଯିବ ତଥା ପଞ୍ଜିକରଣ କାର୍ଯ୍ୟକୁ ସମସ୍ତ ରାଜ୍ୟ ପ୍ରାଧାନ୍ୟ ଦେବେ। ପଞ୍ଜିକରଣ ପାଇଁ ଶ୍ରମିକମାନଙ୍କର ନାମ ଓ ଠିକଣା, ବ୍ଲଡ୍ ଗ୍ରୁପ୍‌, ଆଧାର କାର୍ଡ ଏବଂ ସେଥିରେ ସଂଯୋଗ କରାଯାଇଥିବା ମୋବାଇଲ୍‌ ନମ୍ବର ତଥା ବ୍ୟାଙ୍କ୍‌ ଜମା ଖାତାର ବିବରଣୀ ଆଦି ଦସ୍ତାବିଜ୍‌ ଆବଶ୍ୟକ ହେବ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ଶ୍ରମ ମନ୍ତ୍ରାଳୟଦ୍ୱାରା ଅସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କର ପଞ୍ଜିକରଣ ସଂପର୍କରେ ରାଜ୍ୟମାନଙ୍କର ଶ୍ରମମନ୍ତ୍ରୀ, ମୁଖ୍ୟ ଶାସନ ସଚିବମାନଙ୍କ ସହିତ ବିଚାରବିମର୍ଶ କରଯାଇଛି। ପଞ୍ଜିକରଣ ପ୍ରତି ସଚେତନତା ପାଇଁ ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଅନେକ କାର୍ଯ୍ୟକ୍ରମ ମଧ୍ୟ ପ୍ରସ୍ତୁତ କରାଯାଇଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏତେ ସଂଖ୍ୟକ (୪୦ କୋଟି ) ପଞ୍ଜିକରଣ କାର୍ଯ୍ୟ ବିଶ୍ୱରେ ଆଜି ପର୍ଯ୍ୟନ୍ତ ହୋଇନାହିଁ। ରାଜ୍ୟମାନେ ଶ୍ରମିକମାନଙ୍କର ପଞ୍ଜିକରଣର ମହତ୍ତ୍ବ ବୁଝିପାରିଥିବାରୁ ପଞ୍ଜିକରଣ କାର୍ଯ୍ୟ ତ୍ୱରାନିତ୍ୱ ହୋଇପାରିବ ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଆଶାବ୍ୟକ୍ତ କରିଛି। ଚଳିତ ବର୍ଷ ଡିସେମ୍ବର ୩୧ ସୁଦ୍ଧା ଶ୍ରମିକମାନଙ୍କର ପଞ୍ଜିକରଣ କାର୍ଯ୍ୟ ଶେଷ କରିବାକୁ କେନ୍ଦ୍ର ସରକାର ସମୟସୀମା ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe