କନକ ବ୍ୟୁରୋ: ଆଜିଠୁ ବିଏସକେୱାଇ-ନବୀନ କାର୍ଡର ପଞ୍ଜିକରଣ ଆରମ୍ଭ ହୋଇଛି । ଆସନ୍ତା ୧୬ ତାରିଖ ଯାଏଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ ହିତାଧିକାରୀ । ମୋ ସେବା କେନ୍ଦ୍ରରେ ବିନା ଦେୟରେ ପଞ୍ଜିକରଣ କରିପାରିବେ ହିତାଧିକାରୀ । ଡବ୍ଲୁଡବ୍ଲୁଡବ୍ଲୁ ଡଟ୍ ବିଏସକେୱାଇନବୀନ ଡଟ୍ ଓଡିଶା ଡଟ୍ ଜିଓଭି ଡଟ୍ ଇନ୍ ଜରିଆରେ ଜଣେ ବ୍ୟକ୍ତି ଆବେଦନ କରିପାରିବେ ।
ଅଫଲାଇନ୍ ବ୍ୟବସ୍ଥାରେ ଦରଖାସ୍ତ ଗ୍ରହଣ କରାଯିବ ନାହିଁ । ଏଥିପାଇଁ ଜିଲ୍ଲା ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି । କେଉଁମାନେ ଏଥିରେ ସାମିଲ ହୋଇ ପାରିବେ, କି ପ୍ରକାର ସୁବିଧା ପାଇବେ, ଏବଂ କେମିତି ପଞ୍ଜିକରଣ କରିବେ, ସେ ସଂପର୍କରେ ସଚେତନ କରାଯାଇଛି । ଯେଉଁ ମାନଙ୍କ ପାଖରେ ବିଏସକେୱାଇ କାର୍ଡ ଓ ରାସନ୍ କାର୍ଡ ଅଛି, ସେମାନଙ୍କୁ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ । ଯେଉଁମାନେ ସରକାରୀ ଚାକିରି କରିନାହାନ୍ତି, କି ଇନ୍କମ୍ ଟ୍ୟାକ୍ସ ଦେଉନାହାନ୍ତି, କିନ୍ତୁ ସେମାନଙ୍କ ପାଖରେ ରାସନକାର୍ଡ ନାହିଁ, ସେମାନେ ବିଏସକେୱାଇ୍-ନବୀନ କାର୍ଡ ପାଇଁ ଅନଲାଇନ୍ ଆବେଦନ କରିପାରିବେ ।

Advertisment

ବିଏସକେୱାଇ୍-ନବୀନ କାର୍ଡରେ ପ୍ରତି ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାଙ୍କ କ୍ଷେତ୍ରରେ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦିଆଯିବ । ଚଳିତ ବର୍ଷ ମେ’ ମାସରୁ ଏହି ସୁବିଧା ଉପଲବ୍ଧ ହେବ ।