ଖରିଫ ଧାନ ସଂଗ୍ରହ ପାଇଁ ବିଜ୍ଞପ୍ତି ପ୍ରକାଶ । ଜୁଲାଇ ୧୫ରୁ ଆରମ୍ଭ ହେବ ଚାଷୀମାନଙ୍କର ନାମ ପଞ୍ଜିକରଣ, ପ୍ରତ୍ୟକ ସୋସାଇଟିରେ ରହିବ ହେଲ୍ପ ଡେକ୍ସ

272

କନକ ବ୍ୟୁରୋ : ଖରିଫ ଧାନ ସଂଗ୍ରହ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜୁଲାଇ ୧୫ରୁ ଖରିଫ ଧାନ ପାଇଁ ଆରମ୍ଭ ହେବ ଚାଷୀମାନଙ୍କର ନାମ ପଞ୍ଜିକରଣ । ଏହି ପଞ୍ଜିକରଣ ପ୍ରକ୍ରିୟା ଅଗଷ୍ଟ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ । ଖରିଫ ଧାନ ବିକ୍ରି ପାଇଁ ଇଛୁକ ସମସ୍ତ ଚାଷୀଙ୍କୁ ସାନି ପଞ୍ଜିକରଣ କରିବାକୁ ପଡି ।
ପୂର୍ବରୁ କରିଥିବା ପଞ୍ଜିକରଣର ନବୀକରଣ ହେବ ନାହିଁ । ଯେଉଁ ଚାଷୀମାନେ ଖରିଫରେ ସେମାନଙ୍କ ବଳକା ଧାନ ସରକାରଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟରେ ବିକ୍ରି କରିବାକୁ ଇଛୁକ ସେମାନଙ୍କୁ ନିକଟତମ ସୋସାଇଟିରେ ନାମ ପଞ୍ଜିକରଣ କରିବାକୁ ପଡିବ । ଏଥିପାଇଁ ପ୍ରତ୍ୟକ ସୋସାଇଟିରେ ରହିବ ହେଲ୍ପ ଡେକ୍ସ । ପ୍ରତ୍ୟକ ସୋସାଇଟିରେ ଚାଷୀ ପଞ୍ଜିକରଣ ଫର୍ମ ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଚାଷୀମାନେ ଫର୍ମରେ ନିର୍ଭୁଲ ତଥ୍ୟ ପ୍ରଦାନ କରିବେ । କେହି ଭୁଲ ତଥ୍ୟ ଦେଲେ ଧାନ ସଂଗ୍ରହରୁ ବାଦ ପଡିବେ । ଏହାକୁ ଅପଲୋଡ କରିଥିବା ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ଭାଗଚାଷୀଙ୍କୁ ପଞ୍ଜିକରଣ ଫର୍ମ ସହିତ ଜମି ମାଲିକଙ୍କ ସମ୍ମତି ପତ୍ର ଦାଖଲ କରିବାକୁ ପଡିବ । ଏଥିସହ ଭାଗଚାଷୀଙ୍କୁ ଜମି ମାଲିକଙ୍କ ଆଧାର କାର୍ଡର ନକଲ ଓ ମୋବାଇଲ୍ ନମ୍ବର ଦାଖଲ କରିବାକୁ ପଡିବ । ଜମି ମାଲିକଙ୍କ ସମ୍ମତି ବିନା, ଭାଗଚାଷୀଙ୍କ ନାମ ପଞ୍ଜିକୃତ ହୋଇପାରିବ ନାହିଁ ।