ଆସନ୍ତା ୨୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ହେବ ପଞ୍ଜିକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା

152

କନକ ବ୍ୟୁରୋ : ତୃତୀୟ ପର୍ଯ୍ୟାୟ ଟିକାକରଣ ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସୂଚନା । ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପୂର୍ଣ୍ଣ ମାଗଣା ପାଇଁ ସରକାର ଘୋଷଣା କରିଛନ୍ତି । ଆସନ୍ତା ୨୮ରୁ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ପଞ୍ଜିକରଣ ହେବ । ଟିକାକରଣ ପାଇଁ କୋ-ୱିନ୍ ଆପରେ ପଞ୍ଜିକରଣ କରିପାରିବେ ।

କୋ-ୱିନ୍ ଆପରେ ଗୋଟିଏ ପଞ୍ଜିକରଣ ଓ ଆପଏଣ୍ଟମେଣ୍ଟ ପ୍ରକ୍ରିୟା ରହିଛି । ପଞ୍ଜିକରଣ ପରେ ଟିକାକୁ ଦେଖି ସ୍ଲଟ୍ ବୁକ୍ କରାଯିବ । ଟିକା ଆସିବା ପରେ କେଉଁ ଦିନ କେଉଁଠି ନେବେ ମେସେଜରେ ଜଣାଯିବ । ଯେତିକି ପରିମାଣର ଟିକା ମିଳିବ, ୩ ପର୍ଯ୍ୟାୟ ଟିକାକରଣ ନିର୍ଭର କରିବ । ଆମେ ଦୁଇଟି କମ୍ପାନୀକୁ ଟିକା ଯୋଗାଇ ଦେବା ପାଇଁ ଚିଠି ଲେଖାଯାଇଛି ମାତ୍ର କିଛି ଉତ୍ତର ଆସିନି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୫୫ ଲକ୍ଷ ୫୦ ହଜାର ୩୮୦ ଡୋଜ ଦିଆଯାଇଛି । ଆଜି ୫୪୦ କେନ୍ଦ୍ରରେ ଟିକାକରଣ ହେଉଛି । ବର୍ତ୍ତମାନ ରାଜ୍ୟରେ ୨.୦୫ ଲକ୍ଷ କୋଭିସିଲିଡ଼ ଓ ୩.୭ ଲକ୍ଷ କୋଭସ୍କିନ ଟୀକା ମହଜୁଦ ରହିଛି । ଯାହା ଟିକା ରହିଛି ତାହା ୩ ରୁ ୪ ଦିନ ଯିବ ।