ଲୋକପ୍ରିୟ ରିୟାଲିଟି ଟିଭି ଗେମ୍ ଶୋ’ ‘କୈାନ୍ ବନେଗା କରୋଡ଼ପତି ’ (କେବିସି) । ଯାହା ଖୁବ୍ ଆଦୃତ ହୋଇଛି ଲୋକଙ୍କ ମଧ୍ୟରେ । ଏବେ ଏହି ଶୋ’ର ହଟସିଟରେ ବସି କୋଟିପତି ହେବାର ଇଚ୍ଛା ରଖିଥିବା ଲୋକଙ୍କ ପାଇଁ ଖୁସି ଖବର । ଏହି ଲୋକପ୍ରିୟ ଶୋ’ ର ନାମ ପଂଜିକରଣ ୧୭ ଜୁନରୁ ଆରମ୍ଭ ହେଉଛି ।
ଏହି ଲୋକପ୍ରିୟ ଶୋ (କେବିସି) ସୋନୀ ଏଣ୍ଟରଟେନମେଂଟ୍ ର ଛୋଟ ପରଦାରେ ନିଜର ୯ ଅଧ୍ୟାୟକୁ ନେଇ ଆସୁଛି । ଏହାକୁ ହୋଷ୍ଟ ମଧ୍ୟ କରୁଛନ୍ତି ସେହି ଲୋକପ୍ରିୟ ମହାନାୟକ ଅମିତାଭ ବଚ୍ଚନ । ସୋନୀ ଚ୍ୟାନେଲରେ ଶନିବାର ଦିନ ଏକ ପ୍ରୋମୋ ଲଂଚ ହୋଇଛି । ଯେଉଁଥିରେ ବିଗ୍ ବି ନଜର ଆସିଥିଲେ । ଏହି ପ୍ରୋମୋରେ ଅମିତାଭ ବିବିସିର ୯ ଅଧ୍ୟାୟର ନାମ ପଂଜିକରଣ ବିଷୟରେ ସମ୍ବନ୍ଧିତ ସୂଚନା ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/06/Kbc.jpg)