ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଅନଲାଇନ୍ ପଞ୍ଜିକରଣ : ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପଞ୍ଜିକରଣ

Advertisment
ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଆଜିିଠାରୁ ଅନଲାଇନ୍ ପଞ୍ଜିକରଣ : ଅପରାହ୍ଣ ୪ଟାରୁ ଆରମ୍ଭ ହେବ ପଞ୍ଜିକରଣ

କନକ ବ୍ୟୁରୋ : ମେ’ ତାରିଖରୁ ତୃତୀୟ ପର୍ଯ୍ୟାୟ କରୋନା ଟିକାକରଣ ପାଇଁ ଆଜିଠାରୁ ଆରମ୍ଭ ହେବ ପଞ୍ଜିକରଣ । କେନ୍ଦ୍ର ସରକାରଙ୍କ କୋ-ୱିନ ଆପ ଓ ଆରୋଗ୍ୟ ସେତୁ ଆପ ଜରିଆରେ ଟିକା ନେବା ପାଇଁ ପଞ୍ଜିକରଣ କରିପାରିବେ ୧୮ରୁ ଅଧିକ ଓ ୪୫ ବର୍ଷରୁ କମ୍ ବୟସ୍କ । ଦେଶରେ ଜାନୁଆରୀ ୧୬ ତାରିଖରୁ କରୋନା ଟିକାକରଣ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ଡାକ୍ତର, ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଆଗଧାଡିର କୋଭିଡ ଯୋଦ୍ଧାଙ୍କ ଟିକାକରଣ କରାଯାଇଥିଲା । ପରେ ୬୦ ବର୍ଷରୁ ଅଧିକ ବୟସ୍କ ଏବଂ ଏକାଧିକ ଜଟିଳ ରୋଗଥିବା ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଏଥିରେ ସାମିଲ କରାଗଲା ।

୨୮ ଏପ୍ରିଲରେ ଏହି ଟିକାକରଣ ପାଇଁ ପଞ୍ଜିକରଣ ଆରମ୍ଭ ହେବ ବୋଲି ପୂର୍ବରୁ କେନ୍ଦ୍ର ସରକାର କହିଥିଲେ । କିନ୍ତୁ ନିର୍ଦ୍ଦିଷ୍ଟ ସମୟ ସଂକ୍ରାନ୍ତରେ କୌଣସି ସୂଚନା ଦେଇ ନ ଥିଲେ। ତେଣୁ, ପଞ୍ଜିକରଣ କରାଇବା ପାଇଁ ରାତି ୧୨ଟାରୁ ଲୋକେ ଉଦ୍ୟମ କରି ବିଫଳ ହେବା ପରେ କେନ୍ଦ୍ର ସରକାର ଏହି ସୂଚନା ଦେଇଛନ୍ତି।

ଆରୋଗ୍ୟ ସେତୁର ଅଫିସିଆଲ୍‌ ଆକାଉଣ୍ଟ୍‌ରୁ ଜଣାପଡ଼ିଛି, ଏପ୍ରିଲ୍‌ ୨୮ ତାରିଖ ଅପରାହ୍ଣ ୪ଟା ବେଳେ ‘ଆରୋଗ୍ୟ ସେତୁ ଆପ୍‌’ ଏବଂ ‘ଉମଙ୍ଗ୍‌ ଆପ୍‌’ ମାଧ୍ୟମରେ http://cowin.gov.inରେ ୧୮ ବର୍ଷରୁ ଅଧିକ ବୟସବର୍ଗଙ୍କ ନିମନ୍ତେ ପଞ୍ଜିକରଣ ଆରମ୍ଭ ହେବ। ମେ ପହିଲାରେ ଆରମ୍ଭ ହେଉଥିବା ଏହି ଟିକାକରଣ ନିମନ୍ତେ କେତେ ଟିକାକରଣ କେନ୍ଦ୍ର ପ୍ରସ୍ତୁତ ରହିଛି ଏବଂ ଟିକା ନେବା ପାଇଁ କେବେ ସୁବିଧା ମିଳିବ ତାହା ରାଜ୍ୟ ସରକାରଙ୍କ କେନ୍ଦ୍ର ଏବଂ ଘରୋଇ କେନ୍ଦ୍ରମାନଙ୍କ ଉପରେ ନିର୍ଭର କରେ । ମେ ୧ ତାରିଖରୁ ୧୮ ବର୍ଷ ଏବଂ ତାହାଠୁ ଅଧିକ ବୟସ୍କ ବୟସବର୍ଗଙ୍କ ନିମନ୍ତେ କେନ୍ଦ୍ର ସରକାର କୋଭିଡ୍‌-୧୯ ଟିକାକରଣ ଅଭିଯାନ ସମ୍ପ୍ରସାରିତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe