ସମାନ ନାଗରିକ ସଂହିତାରେ କଡା ନିୟମ । ଲିଭ୍ ଇନରେ ରହିବାକୁ ହେଲେ କରିବାକୁ ପଡିବ ପଞ୍ଜିକରଣ, ନହେଲେ …

111

କନକ ବ୍ୟୁରୋ : ୟୁନିଫର୍ମ ସିଭିଲ କୋଡ ଲାଗୁ ହେବା ପରେ ଉତ୍ତରାଖଣ୍ଡରେ ଲିଭ୍-ଇନ୍ ସମ୍ପର୍କରେ ରହିବା ପାଇଁ ଯୋଜନା କରୁଥିବା ଲୋକଙ୍କୁ ଜିଲ୍ଲା କତ୍ତୃପକ୍ଷଙ୍କ ନିକଟରେ ପଞ୍ଜିକରଣ କରିବାକୁ ପଡିବ । ସାଙ୍ଗରେ ରହିବା ପାଇଁ ଇଚ୍ଛା କରୁଥିବା ୨୧ ବର୍ଷରୁ କମ୍ ବର୍ଷର ପିଲାଙ୍କ ପାଇଁ ମା ଏବଂ ବାପାଙ୍କ ସହମତି ଆବଶ୍ୟକ ଦରକାର । ଉତ୍ତରାଖଣ୍ଡରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଏହି ପଞ୍ଜିକରଣ ବାଧ୍ୟତାମୂଳକ ଅଟେ ।

ବିଲରେ ଏହି ପ୍ରସ୍ତାବ ମଧ୍ୟ ଅଛି ଯେ ନୈତିକତା ବିରୋଦ୍ଧ ମାମଲାରେ ଲିଭ୍-ଇନ୍ ସମ୍ପର୍କ ପଞ୍ଜିକୃତ ହେବ ନାହିଁ । ଯଦି ଜଣେ ସାଥି ବିବାହିତ ଅଛି କିମ୍ବା ଅନ୍ୟ କୌଣସି ସମ୍ପର୍କରେ ଅଛି ଏବଂ ଜଣେ ସାଥି ନାବାଳିକ ଏବଂ ଯଦି ଜଣେ ସାଥୀଙ୍କର ସହମତି ଜବରଦଖଲ ଠକେଇ ଦ୍ୱାରା ମିଳିଥାଏ ଏହା ଭୁଲ ଉପସ୍ଥାପନା ଦ୍ୱାରା କରାଯିବ ନାହିଁ ।
ଜଣେ ବରିଷ୍ଠ ଅଧିକାରୀ ଏକ ଗଣମାଧ୍ୟମକୁ କହିଛନ୍ତି ଯେ, ଲିଭ୍-ଇନ୍ ପଞ୍ଜିକରଣ ପାଇଁ ଏକ ୱେବସାଇଟ୍ ପ୍ରସ୍ତୁତ କରାଯାଉଛି । ଯାହା ଜିଲ୍ଲା ରେଜିଷ୍ଟ୍ରାରଙ୍କ ସହିତ ଯାଂଚ ହେବ, ଏହା କରିବା ପାଇଁ ସେ ହୁଏତ ଜଣେ କିମ୍ବା ଉଭୟ ଅଂଶୀଦାର କିମ୍ବା ଅନ୍ୟ କାହାକୁ ସାକ୍ଷାତ କରିବାକୁ ଡାକନ୍ତି । ଏହା ଉପରେ ଜିଲ୍ଲାର ରେଜିଷ୍ଟ୍ରାର ନିଷ୍ପତି ନେବେ ଯେ ଏକ ଦମ୍ପତିଙ୍କୁ ଲିଭ୍-ଇନ୍ ରେ ରହିବା ପାଇଁ ଅନୁମତି ଦିଆଯିବ କି ନାହିଁ ।

ଯଦି ରେଜିଷ୍ଟ୍ରାର କୌଣସି ଯୋଡି କୁ ଲିଭ୍-ଇନ୍ ରେ ରହିବା ପାଇଁ ଅନୁମତି ଦେଉ ନାହାନ୍ତି । ତାହାଲେ ତାଙ୍କୁ ଏହାର କାରଣ ଲିଖିତ ଭାବରେ ବାଖ୍ୟା କରିବା ପାଇଁ ପଡିବ   ।

ରେଜିଷ୍ଟର ଲିଭ୍-ଇନ୍ କୁ ଶେଷ କରିବା ଏତେ ସହଜ ହେବ ନାହିଁ । ଏହା ପାଇଁ ଏକ ଲିଖିତ ବିବୃତି ନିର୍ଦ୍ଦିଷ୍ଟ ଫର୍ମାଟ ରେ ଦାଖଲ କରିବାକୁ ପଡିବ । ଯଦି ରେଜିଷ୍ଟ୍ରାରଙ୍କୁ ଲାଗିବକି ସମ୍ପର୍କ ସମାପ୍ତ କରିବାର କାରଣ ଭୁଲ କିମ୍ବା ସନ୍ଦେହଜନକ, ତେବେ ଏହା ବାବଦରେ ପୋଲିସ ତଦନ୍ତ ମଧ୍ୟ କରିପାରେ । ୨୧ ବର୍ଷରୁ କମ୍ ବୟସ୍କ ପିଲାଙ୍କ ପିତା, ମାତାଙ୍କୁ ମଧ୍ୟ ଏ ବାବଦରେ ଅବଗତ କରାଯିବ ।

ଲିଭ୍-ଇନ୍ ରିଲେସନଶିପରେ ରହିବା ପାଇଁ ଦେଇଥିବା ଭୁଲ୍ ସୂଚନା ମଧ୍ୟ ଦମ୍ପତିଙ୍କୁ ଅସୁବିଧାରେ ପକାଇପାରେ । ଭୁଲ୍ ତଥ୍ୟ ପ୍ରଦାନ କରିଥିବା ବ୍ୟକ୍ତିଙ୍କୁ ୩ ମାସର ଜେଲ ଦଣ୍ଡ ଏବଂ ୨୫,୦୦୦ ଟଙ୍କା ଜରିମାନା ଦେବା ପାଇଁ ପଡିବ । ଲିଭ୍-ଇନ୍ ସମ୍ପର୍କ ପଞ୍ଜିକରଣ କରିବାରେ ବିଫଳ ହେଲେ ସର୍ବାଧିକ ୬ ମାସ ଜେଲ ଦଣ୍ଡ ଓ ୨୫,୦୦୦ର ଜରିମାନା ଦେବେ ନହେଲେ ଏହି ଦୁଇ ନିୟମର ସାମ୍ନା କରିବା ପାଇଁ ପଡିବ । ଏକ ମାସରୁ କମ୍ ପଞ୍ଜିକରଣରେ ବିଳମ୍ବ ହେଲେ ତିନିମାସ ପର୍ଯ୍ୟନ୍ତ ଜେଲ ଦଣ୍ଡ, ୧୦,୦୦୦ ଟଙ୍କା ଜରିମାନେ କିମ୍ବା ଉଭୟ ମଧ୍ୟ ହୋଇପାରେ ।

ମଙ୍ଗଳବାର ଦିନ ସକାଳେ ଉତ୍ତରପ୍ରଦେଶ ବିଧାନସଭାରେ ଆରମ୍ଭ ହୋଇଥିବା ୟୁନିଫର୍ମ ସିଭିଲ କୋଡରେ ଲିଭ୍-ଇନ୍ ସମ୍ପର୍କର ଅନ୍ୟାନ୍ୟ ଗୁତୁତ୍ୱପୂର୍ଣ୍ଣ ବିଷୟଗୁଡିକ ହେଉଛି ଯେ, ଲିଭ୍-ଇନ୍ ସମ୍ପର୍କରୁ ଜନ୍ମିତ ପିଲାମାନେ ଆଇନଗତ ସ୍ୱୀକୃତି ପାଇବେ, ସେମାନେ ଦମ୍ପତିଙ୍କର ସନ୍ତାନର ଅଧିକାର ପାଇବେ । ଏହା ଅର୍ଥ ହେଇଛି କି ଲିଭ୍-ଇନ୍ ରିଲେସନଶିପରୁ ଜନ୍ମ ହୋଇଥିବା ସମସ୍ତ ପିଲାଙ୍କୁ ସମାନ ଅଧିକାର ରହିବ । ବିବାହରୁ ଜନ୍ମ ହୋଇଥିବା ଅନ୍ୟ ପିଲାଙ୍କ ପରି ତାଙ୍କର ମଧ୍ୟ ସେହିଭଳି ସମାନ ଅଧିକାର ରହିବ ସେମାନଙ୍କ ମଧ୍ୟରେ କୌଣସି ପାର୍ଥକ୍ୟ କରାଯିବ ନାହିଁ ।

ସବୁ ସନ୍ତାନଙ୍କୁ ପୈତୃକ ସମ୍ପତି ସମାନ ଭାବେ ମିଳିବ । ସମ୍ପତି ମାମଲାରେ ପୁଅ କି ଝିଅ ତାର କୌଣସି ଭେଦଭାବ କରାଯିବ ନାହିଁ ।