ଏଣିକି ଘରେ ବସି ସ୍ୱଳ୍ପ ସମୟରେ ବନାନ୍ତୁ ନିଜ ଭୋଟର କାର୍ଡ ! ସଂଶୋଧନ କରିବା ମଧ୍ୟ ହେଲା ଅତ୍ୟନ୍ତ ସହଜ, ଜାଣନ୍ତୁ ପୁରା ପ୍ରକ୍ରିୟା ।

122

ଯଦି ଆପଣ ଭୋଟର ଆଇ କାର୍ଡ କରିନାହାନ୍ତି କିମ୍ବା ଆପଣଙ୍କ ଆଇଡିରେ କୌଣସି ତ୍ରୁଟି ରହିଛି ଅଥବା ଆପଣ ଏଥିରେ କିଛି ପରିବର୍ତ୍ତନ କରିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ବ୍ୟସ୍ତ ହେବାର କୌଣସି ଆବଶ୍ୟକତା ନାହିଁ । କିମ୍ବା ଏଥିପାଇଁ ଆପଣଙ୍କୁ ଆଉ ବାରମ୍ବାର ନିର୍ବାଚନ ଅଫିସର ଚକ୍କର କାଟିବାକୁ ପଡିବ ନାହିଁ । ଏହି କାମ ଏବେ ଆପଣ ଘରେ ବସି ଅଳ୍ପ ସମୟ ମଧ୍ୟରେ କରିପାରିବେ । ଆଉ ଏଥି ପାଇଁ ଆପଣଙ୍କୁ ନିର୍ବାଚନ କମିଶନଙ୍କ ୱେବସାଇଟ www.nvsp.inରେ ଲଗ ଇନ୍ କରି ଏଥି ପାଇଁ ଆବେଦନ କରିବାକୁ ହେବ ।

ପ୍ରତିଟି ନିର୍ବାଚନ ପରେ ଭୋଟର ଲିଷ୍ଟ ସଂଶୋଧନ କରାଯାଇଥାଏ । ଏଥର ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମତଦାତାମାନଙ୍କୁ ଅପଡେସନ ସୁବିଧା ଉପଲବ୍ଧ କରାଯାଇଛି । ଏହା ଛଡା ଇଲେକ୍ସନ କମିସନ ଅଫ ଇଣ୍ଡିଆ ୱେବ ଆଧାରିତ ଆପ୍ଲିକେସନ ମଧ୍ୟ ଆରମ୍ଭ କରିଛନ୍ତି । ଏହା ଦ୍ୱାରା ଅଫିସରମାନଙ୍କୁ ଏସଏମଏସ୍ ଆଲର୍ଟ ମାଧ୍ୟମରେ ନୂଆ ରେଜିଷ୍ଟ୍ରେସନ୍ ବାବଦରେ ସୂଚନା ମିଳଯିବ । ପୂର୍ବରୁ ନିର୍ବାଚନ ଅଫିସକୁ ଘର ଘର ଯାଇ ସର୍ଭେ କରିବା ପାଇଁ ପଡୁଥିଲା ।

ତେବେ ନିଜ ଭୋଟରକାର୍ଡରେ ପରିବର୍ତ୍ତନ କିପରି କରିବେ କିମ୍ବା ନୂଆ ଭୋଟ ପରିଚୟ ପତ୍ର କରିବେ ସେ ସମ୍ବନ୍ଧରେ ଜାଣି ରଖନ୍ତୁ । ପ୍ରଥମେ www.nvsp.inୱେବସାଇଟରେ ଯାଆନ୍ତୁ । ଏବଂ ଏହା ସମ୍ବନ୍ଧିତ ଦସ୍ତାବିଜ୍ ଅପଲୋଡ କରିଦିଅନ୍ତୁ । ତେବେ ଏଥିପାଇଁ ଏକ ପାସପୋର୍ଟ ସାଇଜ୍ ଫଟୋ, ପରିଚୟ ପତ୍ର ଯେପରିକି ଜନ୍ମଗତ ସାର୍ଟିଫିକେଟ୍, ପାସପୋର୍ଟ, ଡ୍ରାଇଭିଙ୍ଗ ଲାଇସେନ୍ସ, ପାନ କାର୍ଡ କିମ୍ବା ହାଇସ୍କୁଲ ସାର୍ଟିଫିକେଟ ଇତ୍ୟାଦି । ଏହା ପରେ ଆପଣଙ୍କ ଆପ୍ଲିକେସନକୁ ସବମିଟ୍ କରନ୍ତୁ । ଏହା ପରେ ଆପଣଙ୍କ ପାଖକୁ ଏକ ଇମେଲ୍ ଆସିବ । ଯେଉଁଥିରେ ଅପଡେସନ ଏବଂ ଆପ୍ଲିକେସନ ଆଇଡି ରହିଥିବ । ଆପ୍ଲିକେସନ୍ ଆଇଡି ଜରିଆରେ ଆପଣ ଆପଣଙ୍କ ଅନୁରୋଧ ଟ୍ରାକ କରିପାରିବେ । ଏହାର ଠିକ୍ ଗୋଟିଏ ମାସ ପରେ ଆପଣଙ୍କ ଭୋଟ୍ ପରିଚୟ ପତ୍ର ଜାରି କରିଦିଆଯିବ ।