କନକ ବ୍ୟୁରୋ: ଓଡ଼ିଶା ଛୁଇଁଲାଣି ମୌସୁମୀ କିନ୍ତୁ ତାତିରୁ ନାହିଁ ନିସ୍ତାର । ୧୫ ତାରିଖ ଯାଏ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ଆଗାମୀ ତିନି ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ୪୩ରୁ ୩୫ ଡିଗ୍ରୀ ରହିବ ବୋଲି ଆକଳନ କରାଯାଇଛି । ସେପଟେ ଅଂଶୁଘାତ ଭଳି ସମସ୍ୟା ଉପୁଜିବା ଆଶଙ୍କାରେ ଏସଆରସିଙ୍କ ପକ୍ଷରୁ ଜନସାଧାରଣଙ୍କ ପାଇଁ ସତର୍କତା ଜାରି କରାଯାଇଛି । ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ଯାଏ ଶ୍ରମିକଙ୍କୁ କାମ କରିବାକୁ ବାରଣ କରାଯାଇଛି । ତେବେ ୨ରୁ ୩ ଦିନ ମଧ୍ୟରେ ମୌସୁମୀ ଓଡ଼ିଶାର ବିଭିନ୍ନ ସ୍ଥାନରେ ଛୁଇଁବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଥିଲା । ହେଳେ ଏପର୍ଯ୍ୟନ୍ତ ମୌସୁମୀ ଆଗକୁ ବଢିପାରିନାହିଁ ।
ଓଡିଶାକୁ ତାତିରୁ ନାହିଁ ନିସ୍ତାର । ୧୫ ତାରିଖ ଯାଏଁ ପ୍ରବଳ ଗ୍ରାଷ୍ମ ପ୍ରବାହ ନେଇ ପାଣିପାଗ ବିଭାଗର ସୂଚନା ।
/kanak/media/post_attachments/wp-content/uploads/2024/06/2-22.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)