ବାରମ୍ବାର ନୋଟିସ ପରେ ନିତୀଶ ଦେଉନାହାଁନ୍ତି ୮୦ ହଜାର କୋଟିର ହିସାବ, ସିଏଜି ରିପୋର୍ଟରେ ଆତ୍ମସାତ ଆଶଂକା

209

କନକ ବ୍ୟୁରୋ : ବିହାର ନିତୀଶ ସରକାରଙ୍କ ଆର୍ଥିକ ପ୍ରବନ୍ଧନକୁ ନେଇ ନିୟନ୍ତ୍ରକ ଓ ମହାଲେଖା ପରୀକ୍ଷକ (ସିଏଜି) ନିଜ ରିପୋର୍ଟରେ ତୃଟିଥିବା ଦର୍ଶାଇଛନ୍ତି । ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି କି ୭୯.୬୯୦ କୋଟି ଟଙ୍କାର ଉପଯୋଗିତା ପ୍ରମାଣ ପତ୍ର ନେଇ ବାରମ୍ବାର ନିତୀଶ ସରକାରଙ୍କୁ ହିସାବ ମଗାଯାଉଥିଲେ ବି ତାହା ସେ ଦେଉନାହାଁନ୍ତି । ସିଏଜି ତାଙ୍କ ରିପୋର୍ଟରେ କହିଛନ୍ତି କି ଏତେ ପରିମାଣର ଅର୍ଥରାଶି କେଉଁଠି ବିନିଯୋଗ ହୋଇଛି ତାହା ଦୀର୍ଘଦିନ ହେବ ନିତୀଶ ସରକାର ହିସାବ ଦେଉ ନଥିବାରୁ ଏହାକୁ ସରକାର ଆତ୍ମସାତ କରିଥାଇ ପାରନ୍ତି । ଏହାସହ ୯୧୫୫ କୋଟିର ଅଗ୍ରୀମ ରାଶି ଡିସି ବିଲର ବି ନିତୀଶ କୁମାର ହିସାବ ଦେଉ ନଥିବାରୁ ସିଏଜି ଉଦବେଗ ପ୍ରକାଶ କରିଛନ୍ତି ।

ଏହି ବିଲକୁ ଗୁରୁବାର ଦିନ ବିହାରର ଅର୍ଥମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ତାରକିଶ୍ୱର ପ୍ରସାଦ ବିହାର ବିଧାନସଭାରେ ଉପସ୍ଥାପିତ କରିଥିଲେ । ଏହି ରିପୋର୍ଟ ମୁତାବକ ପାଖା ପାଖି ୧୮,୮୭୨ କୋଟି ଟଙ୍କା ରାଜ୍ୟ ସରକାର ନିଜର ବିଭିନ୍ନ ଉଦ୍ୟୋଗଗୁଡିକୁ ଦେଇଛନ୍ତି । ହେଲେ ଏହି ଅର୍ଥପ୍ରଦାନର ଅଡିଟ୍ ରିପୋର୍ଟ ଏପର୍ଯ୍ୟନ୍ତ ରାଜ୍ୟ ସରକାର ପ୍ରଦାନ କରିନାହାଁନ୍ତି । ଏହାସହ ଏହି ରିପୋର୍ଟ;ା ୨୦୧୯-୨୦ ଆର୍ଥିକ ବର୍ଷରେ ରାଜ୍ୟସରକାର ପ୍ରଥମ ଥର ପାଇଁ ୧୭୮୪ କୋଟି ଟଙ୍କା ରାଜସ୍ୱ କ୍ଷତି ସହିଥିବା କଥା କହିଛନ୍ତି ।

ତେବେ ସିଏଜି ରିପୋର୍ଟ କିଛି ଆଶ୍ଚର୍ଯ୍ୟଜନକ ନୁହେଁ ବୋଲି ବିହାର ସରକାର କହିଛନ୍ତି । ସରକାରଙ୍କ ତରଫରୁ କୁହାଯାଇଛି କି ଗତ ଅନେକ ବର୍ଷ ହେବ ବିଚାରଧିନ ଥିବା ଅଧିକାଂଶ ପଞ୍ଚାୟତି ରାଜ, ଶିକ୍ଷା, ସାମାଜିକ କଲ୍ୟାଣ ବିଭାଗ ସହିତ ଜଡିତ ମାମଲାକୁ ସିଏଜି ତାଙ୍କ ହିସାବକୁ ନେଇ ନାହାଁନ୍ତି । ଅନ୍ୟପଟେ ପିଏସୟୁର ଅଡିଟ ୧୦ ବର୍ଷ ହେବ ବିଚାରଧିନ ଥିବାରୁ ଏହି ପରିମାଣର ଆଡଜଷ୍ଟମେଣ୍ଟ ଏତେ ସହଜ ନୁହେଁ ବୋଲି ରାଜ୍ୟ ସରକାର ମତ ରଖିଛନ୍ତି ।