ଲୋନ୍ ଦେଲାନି ବ୍ୟାଙ୍କ୍ , ହାତରେ ବନ୍ଧୁକ ଧରି ବ୍ୟାଙ୍କ ଲୁଟିବାକୁ ପହଂଚିଲେ ସାଧୁ  । ଫେସବୁକରେ କଲେ ଲାଇଭ୍ 

299

ତାମିଲନାଡୁର ତିରୁବରୁରରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଲୋନ୍ ଦେବାକୁ ମନା କରିଦେବାରୁ ଏଠାରେ ଜଣେ ସାଧୁ ବନ୍ଧୁକ ଧରି ବ୍ୟାଙ୍କ୍ ଲୁଟିବାକୁ ପହଂଚିଗଲେ । ଖାଲି ଏତିକି ନୁହଁ ଏହି ଘଟଣାକୁ ନେଇ ସାଧୁଜଣକ ନିଜ ଫେସବୁକ୍ ଆକାଉଣ୍ଟ୍ ରେ ଲାଇଭ୍ ମଧ୍ୟ କରିଥିଲେ । ସୂଚନା ମୁତାବକ , ଅଭିଯୁକ୍ତ ସାଧୁଜଣଙ୍କର ନାଁ  ହେଉଛି ଥିରୁମଲାଇ ସ୍ୱାମୀ । ସାଧୁଙ୍କ ଝିଅ ଚୀନ୍ ମେଡ଼ିକାଲରେ ମେଡ଼ିକାଲ୍ ପାଠ ପଢୁଛନ୍ତି ଏବଂ ସେ ଝିଅର ଶିକ୍ଷା ପାଇଁ ଲୋନ୍ ନେବାକୁ ସିଟି ୟୁନିୟନ୍ ବ୍ୟାଙ୍କ୍ ପହଂଚିଥିଲେ । ବ୍ୟାଙ୍କ୍ କର୍ମଚାରୀ ସାଧୁଙ୍କୁ ଲୋନ୍ ବଦଳରେ ସଂପତିର ଦସ୍ତାବିଜ୍ ମାଗିଥିଲେ । ଏହି କଥାରେ ସାଧୁ ପ୍ରଶ୍ନ କରିଥିଲେ ଯେ ସୁଧ ସହିତ ଯେତେବେଳେ ବ୍ୟାଙ୍କକୁ ପଇସା ଫେରସ୍ତ ମିଳିବ ତେବେ ସଂପତ୍ତିର ଦସ୍ତାବିଜ ନେଇ କ’ଣ କରିବ ବ୍ୟାଙ୍କ୍? ଏହି କଥାରେ ସାଧୁଙ୍କୁ ଲୋନ୍ ଦେବାକୁ ମନା କରିଦେଲେ ବ୍ୟାଙ୍କ୍ କର୍ମଚାରୀ । କର୍ମଚାରୀଙ୍କ ବ୍ୟବହାରରେ ରାଗିଯାଇ ସାଧୁଜଣଙ୍କ ଘରକୁ ଗଲେ ଏବଂ ରାଇଫଲ୍ ଧରି ପହଂଚିଗଲେ ବ୍ୟାଙ୍କ୍ ।

ହାତରେ ବନ୍ଧୁକ ଧରି ବ୍ୟାଙ୍କ୍ କର୍ମଚାରୀଙ୍କୁ ଭୟଭୀତ କରାଇବାକୁ ଯାଇ କହିଲେ , ମୋତେ ତୁମେ ଲୋନ୍ ଦେଲନାହିଁ , ଏବେ ମୁଁ ବ୍ୟାଙ୍କ୍ ଲୁଟିବି । ଏତିକି କହି ଫେସବୁକରେ ଲାଇଭ୍ କରିଦେଲେ ଏହି ସାଧୁ । ଲାଇଭ୍ ଦେଖି କେହି ଜଣେ ପୁଲିସଙ୍କୁ ସୂଚିତ କରାଇଲେ ଏବଂ ଘଟଣାସ୍ଥଳରେ ପହଂଚି ପୁଲିସ୍ ସାଧୁଙ୍କୁ ଗିରଫ କଲା ।