୫ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ପ୍ରବାସୀ ଭାରତୀୟ । ନିର୍ବାଚନ କମିଶନ ଜାରିକଲେ ଗାଇଡ ଲାଇନ୍

511

କନକ ବ୍ୟୁରୋ : ୪ ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇପାରିବେ ନାହିଁ ପ୍ରବାସୀ ଭାରତୀୟ । ପ୍ରବାସୀ ଭାରତୀୟ ମତଦାତାଙ୍କୁ ଇଲୋକ୍ଟ୍ରୁନିକ୍ ଟ୍ରାନ୍ସମିଟେଡ ପୋଷ୍ଟାଲ ବାଲାଟ ସିଷ୍ଟମର ସୁବିଧା ପଶ୍ଚିମବଙ୍ଗ, ଆସାମ, ତାମିଲନାଡୁ, କେରଳ ଓ ପୁଡୁଚେରୀ ବିଧାନସଭା ନିର୍ବାଚନେ ଭୋଟ ଦେବାର ସୁଯୋଗ ମିଳିବ ନାହିଁ ବୋଲି ମୁଖ୍ୟ ନିର୍ବାଚନ କମିଶନ ସୁନିଲ ଅରୋରା କହିଛନ୍ତି ।
ନିର୍ବାଚନ କମିଶନଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି କେନ୍ଦ୍ର ସରକାର । ଏନେଇ କେନ୍ଦ୍ରସରକାରଙ୍କ ପକ୍ଷରୁ ସୁନିଲ ଅରୋରାଙ୍କୁ ପଚରାଯାଇଛି କି, ଭାରତୀୟ ମାନେ ଆଗାମୀ ଦିନରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଭୋଟ ଦେଇପାରିବେ କି ନାହି ? । ଏହାର ଉତ୍ତରରେ ନିର୍ବାଚନ କମିଶନ କହିଛନ୍ତି କି ଏନେଇ ଏକ ରାସ୍ତା ବାହାର କରିବାକୁ ଦେଢମାସ ପୂର୍ବରୁ ଆଇନ ମନ୍ତ୍ରଣାଳୟକୁ ଏକ ସମ୍ବେଦନଶୀଳ ଓ ସକରାତ୍ମକ ନୋଟ ଦିଆଯାଇଥିଲା । ଏହାକୁ ଆଇନ ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟକୁ ପଠାଇ ଦେଇଥିଲେ । ଏ ସଂପର୍କରେ ବୈଦେଶିକ ସଚିବଙ୍କ ସହ ସେ କଥା ହୋଇଥିବା ନିର୍ବାଚନ କମିଶନ କହିଛନ୍ତି । ସେ ଆହୁରି କହିଛନ୍ତି କି ଏହାକୁ ନେଇ ଏକ ସ୍ୱତନ୍ତ୍ର ବୈଠକର ଆବଶ୍ୟକତା ରହିଛି , ଯାହା ଏକ ମାସ ମଧ୍ୟରେ ଅନୁଷ୍ଠିତ ହୋଇପାରେ ।