ପଶ୍ଚିମ ଉତ୍ତରପ୍ରଦେଶର ଭଗପତ ଜିଲ୍ଲାର ବିଗଓ୍ଵାଡା ଗ୍ରାମପଞ୍ଚାୟତ ମହିଳାମାନଙ୍କ ସ୍ୱାଭିମାନକୁ ଦୃଷ୍ଟିରେ ରଖି ସର୍ବସମ୍ମୁଖରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି।
ଗ୍ରାମପଞ୍ଚାୟତ ଗ୍ରାମର ସମସ୍ତଙ୍କୁ ସୂଚନା ଦେଇ କହିଛନ୍ତି, ଯେଉଁଘରେ ଶୌଚାଳୟ ନାହିଁ ସେ ଘରେ ଝିଅକୁ କେହି ବିବାହ ଦେଇ ପାରିବେ ନାହିଁ।
ସୂଚନାଯୋଗ୍ୟ, ଦିଲ୍ଲୀଠାରୁ ୪୦କିମି ଦୂରରେ ଅବସ୍ଥିତି ବିଗଓ୍ଵାଡା ଗ୍ରାମପଞ୍ଚାୟତ ଘେରେ ଶୌଚାଳୟ ନିର୍ମାଣକୁ ନେଇ ଏକ ନିଷ୍ପତି ଶୁଣାଇଛନ୍ତି । ଗ୍ରାମର ସମସ୍ତ କନ୍ୟା ପରିବାରବର୍ଗଙ୍କୁ ସୂଚନା ଦିଆଯାଇଛି ଯେଉଁଘରେ ଶୌଚାଳୟ ନାହିଁ ସେ ଘରେ ନିଜ ଝିଅକୁ ବିବାହ ଦେଇ ପାରିବେ ନାହିଁ । ଯେକେହି ଏହି ନିୟମକୁ ଓହରିବାକୁ ଚେଷ୍ଟା କରନ୍ତି ତାଙ୍କୁ ସାମାଜିକ ରୁପରେ ବହିଷ୍କୃତ କରାଯିବ।
ଅନ୍ୟପକ୍ଷରେ କୁହାଯାଇଛି, ଯାହାଙ୍କ ଘରେ ଶୌଚାଳୟ ନାହିଁ ସେ ଏହାକୁ ଖାମ ଖିଆଲି ଭାବେ ନିଅନ୍ତୁ ନାହିଁ। ଯଥା ଶୀଘ୍ର ଶୌଚାଳୟ ନିର୍ମାଣ କରିବାର ବ୍ୟବସ୍ଥା କରନ୍ତୁ। ଶୌଚାଳୟ ନିର୍ମାଣ କରିବା ପାଇଁ ଯେଉଁ ବ୍ୟକ୍ତି ପାଖରେ ଅର୍ଥ ନାହିଁ। ତେବେ ସେ ସରକାରଙ୍କ ଯୋଜନାର ଲାଭ ଉଠାନ୍ତୁ ଓ ଘରେ ଘରେ ଶୌଚାଳୟ ନିର୍ମାଣ କରନ୍ତୁ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/10/03THTOILET1.jpg)