କନକ ବ୍ୟୁରୋ : ନକଲି ଔଷଧ କାରବାର ରୋକିବାକୁ ବ୍ୟବସାୟୀ ସଂଘର ନୂଆ ନିୟମ । ରାଜ୍ୟ ବାହାରୁ ଔଷଧ କିଣିପାରିବେନି ଓଡ଼ିଶାର ଔଷଧ ବ୍ୟବସାୟୀ ସଂଘ । ରାଜ୍ୟ ଔଷଧ ବ୍ୟବସାୟୀ ସଂଘ ପକ୍ଷରୁ ଅନୁଷ୍ଠିତ ବୈଠକରେ ଏଭଳି ନିଷ୍ପତି ନିଆଯାଇଛି । ପୂୂର୍ବରୁ ଡ୍ରଗ୍ସ କଂଟ୍ରୋଲର ଔଷଧ କମ୍ପାନୀ ମାନଙ୍କୁ ଏ ସଂକ୍ରାନ୍ତରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ । ସେପ୍ଟେମ୍ବର ୧୨ରେ ଏହି ନିର୍ଦ୍ଦେଶନାମା ଜାରି କରିଥିଲେ ଡ୍ରଗ୍ସ କଂଟ୍ରୋଲର । ନିୟମ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁହାଯାଇଥିଲା ।
ଏହାପରେ ରାଜ୍ୟ ଔଷଧ ବ୍ୟବସାୟୀ ସଂଘର ବୈଠକ ବସିଥିଲା । ଯେଉଁମାନେ ପୂର୍ବରୁ ଔଷଧ କିଣିଛନ୍ତି ଓ ନିଜପାଖରେ ଗଚ୍ଛିତ ରଖିଛନ୍ତି, ସେଗୁଡିକୁ ସେମାନେ ଫେରସ୍ତ ଦେବେ । ଯେଉଁମାନେ ନିୟମ ବାହାରକୁ ଯାଇ ଅନ୍ୟ ସଂସ୍ଥାରରୁ ଔଷଧ କିଣିବେ ସେମାନଙ୍କୁ ସଂଘରୁ ବାଦ୍ ଦିଆଯିବ । ଷ୍ଟକିଷ୍ଟ୍ ମଧ୍ୟ କମ୍ପାନିରୁ ଔଷଧ କିଣିବେ ବୋଲି ନିଷ୍ପତି ହୋଇଛି । ଯଦି ନକଲି ଔଷଧ ଧରାପଡ଼ିଲା, ତା’ହେଲେ ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହି ନୂଆ ନିଷ୍ପତି ବାବଦରେ ରାଜ୍ୟର ସବୁ ସଂଘ ଓ ସମସ୍ତ ଦୋକାନୀଙ୍କୁ ପଠାଯିବ ବୋଲି ସୂଚନା ରହିଛି । ଅନ୍ୟପଟେ ଏବେ ବି ଓଡ଼ିଶା ବଜାରରେ ନକଲି ଔଷଧ ରହିିଛିି । ୬ ମାସ ହେଲା ରାଜ୍ୟ ବାହାରୁ ଅନେକ ବେନାମୀ କମ୍ପାନୀ ଔଷଧ ଆସିିିଥିବା ସୂଚନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/Pills-a_d.webp)