ବୈବାହିକ ଜୀବନରେ ଦୀର୍ଘ ସମୟ ଧରି ଶାରୀରିକ ସମ୍ପର୍କ ରଖିବାକୁ ମନାକରିବା ମାନସିକ ନିଷ୍ଠୁରତା: ଏଭଳି କ୍ଷେତ୍ରରେ ଛାଡ଼ପତ୍ର ଦେଇପାରିବେ ପତି ପତ୍ନୀ

8,647

କନକ ବ୍ୟୁରୋ: ବୈବାହିକ ଜୀବନରେ ଶାରୀରିକ ସମ୍ପର୍କ ରଖିବାକୁ ଦୀର୍ଘ ସମୟ ଧରି ମନାକରିବା ମାନସିକ ନିଷ୍ଠୁରତା । ଏଭଳି କ୍ଷେତ୍ରରେ ଛାଡପତ୍ର ଦିଆଯାଇପାରିବ । ଏକ ଛାଡପତ୍ର ମାମଲାର ଶୁଣାଣି କରି ଏଭଳି ରାୟ ଶୁଣାଇଛନ୍ତି ଆହ୍ଲାବାଦ ହାଇକୋର୍ଟ । ଏଥିସହ ଆବେଦନକାରୀଙ୍କୁ ଛାଡପତ୍ର ଦେବାକୁ ଅନୁମତି ଦେଇଛନ୍ତି କୋଟ । ସ୍ତ୍ରୀ ଆଶା ଦେବୀଙ୍କ ସହ କୌଣସି ବୈବାହିକ ସମ୍ପର୍କ ନିଭାଉନଥିବାର ଅଭିଯୋଗ ଆଣି ଫ୍ୟାମିଲି କୋର୍ଟରେ ଆବେଦନ କରିଥିଲେ ସ୍ୱାମୀ ରବିନ୍ଦ୍ର ପ୍ରତାପ ଯାଦବ । ୨୦୦୫ରେ ବାରଣାସୀ ଫ୍ୟାମିଲି କୋର୍ଟ ରବିନ୍ଦ୍ରଙ୍କୁ ଛାଡପତ୍ର ଦେବାକୁ ଅନୁମତି ଦେଇନଥିଲେ । ଏହି ରାୟକୁ ବିରୋଧ କରି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ରବୀନ୍ଦ୍ର । ହାଇକୋର୍ଟ ମାମଲାର ଶୁଣାଣି କରି ଛାଡପତ୍ର ପାଇଁ ଅନୁମତି ଦେଇଛନ୍ତି । ଆବେଦନକାରୀଙ୍କ କହିବା ଅନୁସାରେ, ୧୯୭୯ ରେ ଉଭୟଙ୍କ ବିବାହ ହୋଇଥିଲା । କିନ୍ତୁ ବିବାହର କିଛି ମାସ ପରେ ପତ୍ନୀ ଆଶାଙ୍କ ବ୍ୟବହାରରେ ପରିବର୍ତନ ହୋଇଯାଇଥିଲା । ପତ୍ନୀ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ମନା କରିଥିଲେ । ଦୀର୍ଘ ସମୟ ଧରି ଏଭଳି ହେବାରୁ ସେ ମାନସିକ ଚାପରେ ରହୁଥିଲେ । ତେବେ ଏହାର ୬ ମାସ ପରେ ପତ୍ନୀ ଆଶା ତାଙ୍କ ନିଜ ଘରକୁ ପଳାଇଯାଇଥିଲେ । ପରେ ୧୯୯୪ରେ ଗାଁରେ ପଂଚାୟତ ବସି ଆପୋଷ ବୁଝାମଣା ମାଧ୍ୟମରେ ବିବାଦର ସମାଧାନ କରିଥିଲେ । ଭରଷପୋଷଣ ବାବଦଙ୍କୁ ପତ୍ନୀଙ୍କୁ ୨୨ ହଜାର ଟଙ୍କା ଦେଇଥିଲେ । କିନ୍ତୁ କୋର୍ଟରୁ ବିଧିବଦ୍ଧ ଭାବେ ଛାଡପତ୍ର ପ୍ରମାଣ ପତ୍ର ପାଇଁ ଆଉ ଆସିନଥିଲେ ପତ୍ନୀ । ଫଳରେ ସେ କୋର୍ଟରେ ଆବଦେନ କରିଥିଲେ ।