କନକ ବ୍ୟୁରୋ: ସାନି ମତଦାନ କଲେ ଡ଼ଙ୍ଗରିଆ କନ୍ଧ । ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଂଚାୟତର ରାଇଲିମା ଗାଁରେ ଥିବା ୧୪ ବୁଥରେ ପୁଣି ଥରେ ଭୋଟ୍ ଗ୍ରହଣ କରାଯାଇଛି । ନିର୍ବାଚନ କମିଶନ ସାନି ମତଦାନ ପାଇଁ ନିର୍ଦ୍ଦେଶ ଦେବାପରେ ଆଜି ସକାଳ ୯ଟାରୁ ଦିନ ୩ଟା ଯାଏ ଭୋଟ୍ ଗ୍ରହଣ କରାଯାଇଛି । ଭୋଟର ତାଲିକାରେ ସଂଶୋଧନ ହେବା ପରେ ତଳ ସୁସୁଡ଼ି ଓ ଉପର ସୁସୁଡ଼ି ଗାଁର ଡ଼ଙ୍ଗରିଆ ମାନେ ଭୋଟ୍ ଦାନ କେନ୍ଦ୍ରକୁ ଆସି ଭୋଟ ଦେଇଛନ୍ତି । ଗତ ୨୦ ତାରିଖ ଦିନ ଭୋଟର ତାଲିକାରେ ନାଁ ନଥିବାରୁ ଗାଁର କିଛି ଡ଼ଙ୍ଗରିଆ ଭୋଟ୍ ବାକ୍ସ ନେଇଯାଇଥିଲେ ।
ଡ଼ଙ୍ଗରିଆ କନ୍ଧ ମାନେ ସଂଘବଧ ଭାବେ ଭୋଟ୍ କେନ୍ଦ୍ରକୁ ଚାରିପଟୁ କବାଟ ବନ୍ଦ କରି ଜଙ୍ଗଲ ରାସ୍ତା ଦେଇ ଭୋଟ୍ ବାକ୍ସ ନେଇ ପଳାଇଥିଲେ । ଭୋଟର ତାଲିକାରେ ସଂଶୋଧନ ସାନି ମତଦାନ ନେଇ ଲିଖିତ ପ୍ରତିଶ୍ରୁତି ଦେବା ପରେ ଡ଼ଙ୍ଗରିଆ ମାନେ ଭୋଟ୍ ବାକ୍ସ ଫେରାଇଥିଲେ । ସେଦିନ ୧୨୯ ଭୋଟରଙ୍କ ମଧ୍ୟରୁ ୭୯ ଜଣ ଭୋଟ ଦେବା ପରେ ଏଭଳି ଘଟଣା ଘଟିଥିଲା । ବର୍ତମାନ ଏହି ଭୋଟର ତାଲିକା ୧୯୯କୁ ବୃଦ୍ଧି ପାଇଛି । ଆଜି ପୁଣି ଥରେ ସେଠାରେ ସାନି ମତଦାନ ହୋଇଛି । ଘଟଣା ସ୍ଥଳରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/02/vlcsnap-2022-02-25-15h54m16s172.png)