ଅଯୋଧ୍ୟାରେ ପହଞ୍ଚିଲେ ରାମାୟଣ ସିରିଏଲରେ ଅଭିନୟ କରିଥିବା ରାମ ଓ ସୀତା । କହିଲେ, ରାମ ମନ୍ଦିର କୋଟି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଓ ପରିଚୟ ପାଲଟିବ ।

486

କନକ ବ୍ୟୁରୋ : ଅଯୋଧ୍ୟାରେ ରାମଲଲାଙ୍କ ପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଖେଳିଯାଇଛି । ବିଭିନ୍ନ ପ୍ରାନ୍ତରୁ ସାଧୁ ସନ୍ଥ ଓ ଶ୍ରଦ୍ଧାଳୁ ଅଯୋଧ୍ୟା ମୁହାଁ ହେଉଛନ୍ତି । ନିମନ୍ତ୍ରଣ ପାଇବା ପରେ ରାମାୟଣ ସିରିଏଲରେ ରାମ, ଲକ୍ଷ୍ମଣ ଓ ସୀତା ଭୂମିକାରେ ଅଭିନୟ କରିଥିବା ଅଭିନେତା ଓ ଅଭିନେତ୍ରୀ ଅଯୋଧ୍ୟା ପହଂଚିଛନ୍ତି ।

ଅଭିନେତା ଅରୁଣ ଗୋଭିଲ, ଦୀପିକା ଚିଖଲିୟା ଓ ଅଭିନେତା ସୁନୀଲ ଲହରିଙ୍କୁ ଲୋକେ ପାଦ ଛୁଇଁ ପ୍ରଣାମ କରୁଥିବା ଦେଖିବାକୁ ମିଳିଛି । ଅଯୋଧ୍ୟାରେ ଗଣମାଧ୍ୟମ ଆଗରେ ଅଭିନେତା କହିଛନ୍ତି ରାମଜନ୍ମଭୂମିରେ ତିଆରି ହେଉଥିବା ରାମଲଲାଙ୍କ ମନ୍ଦିର ସାରା ବିଶ୍ୱକୁ ପ୍ରେରଣା ଯୋଗାଇବ । ରାମ ମନ୍ଦିର କୋଟି କୋଟି କୋଟି ହିନ୍ଦୁଙ୍କ ଆସ୍ଥାର କେନ୍ଦ୍ର ଓ ପରିଚୟ ପାଲଟିବ । ସାରା ବିଶ୍ୱ ଦେଖିବ ପୁରୁଷୋତ୍ତମ ରାମଙ୍କ ଭବ୍ୟ ମନ୍ଦିରର ପ୍ରତିଷ୍ଠା ଉତ୍ସବ । ଆଉ ସେହି ଐତିହାସିକ ମୁହୂର୍ତର ସାକ୍ଷୀ ହେବାକୁ ଥିବାରୁ ରୋମାଂଚିତ ଅନୁଭବ କରୁଥିବା କହିଛନ୍ତି ଅରୁଣ ଗୋଭିଲ ।