କମିପାରେ ତାତି, ଅସହ୍ୟ ଗରମରୁ ମିଳିପାରେ ମୁକ୍ତି! କ’ଣ କହିଲା ପାଣିପାଗ କେନ୍ଦ୍ର ପଢ଼ନ୍ତୁ...

Advertisment
କମିପାରେ ତାତି, ଅସହ୍ୟ ଗରମରୁ ମିଳିପାରେ ମୁକ୍ତି! କ’ଣ କହିଲା ପାଣିପାଗ କେନ୍ଦ୍ର ପଢ଼ନ୍ତୁ...

କନକ ବ୍ୟୁରୋ: କ୍ରମାଗତ  ଭାବେ  ୭ ଦିନ  ହେବ  ଗ୍ରୀଷ୍ମ  ଲହରି  ରାଜ୍ୟରେ  ଜାରି  ରହିଥିବା ବେଳେ ଆସନ୍ତାକାଲିଠୁ ମିଳିବ ତାତିରୁ  ଆଶ୍ୱସ୍ତି । ଆସନ୍ତାକାଲି ଠାରୁ ପଶ୍ଚିମା-ଝଡ ଦ୍ୱାରା ପ୍ରଶମିତ କାଳବୈଶାଖୀ  ପ୍ରଭାବରେ ରାଜ୍ୟର ଅନେକ ସ୍ଥାନରେ  ଦିନ ତାପମାତ୍ରା ୨ ରୁ ୩ ଡ଼ିଗ୍ରୀ ଯାଏଁ ହ୍ରାସ ଘଟିବାରେ ସମ୍ଭାବନା ରହିଛି । ଯାହାରା ପ୍ରଭାବରେ  ୨୧ ରୁ ୨୪ ଅପ୍ରେଲ ମଧ୍ୟରେ ରାଜ୍ୟରେ ତାତିରୁ ସାମୟିକ ଆଶ୍ୱସ୍ତି ମିଳିବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

publive-image

ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପ୍ରଭାବ ରହିବ । ୨୫ ତାରିଖ ପରଠାରୁ ପୁଣି ଶୁଷ୍କ ବାୟୁର ପ୍ରଭାବ ବୃଦ୍ଧି ସହ ରାଜ୍ୟର ତାପମାତ୍ରା ବୃଦ୍ଧି ହେବ। ଏହାସହ  ଅପ୍ରେଲ ଶେଷ ଆଡକୁ ଗ୍ରୀଷ୍ମ ଲହରୀ ସହ କିଛି ଅଞ୍ଚଳରେ  ଉଷ୍ମ ଆଦ୍ର ପାଣିପାଗ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଥିବା କହିଛି  ପାଣିପାଗ ବିଭାଗ । ତେବେ ୨୨ ଯାଏଁ ରାଜ୍ୟରେ ଗ୍ରୀଷ୍ମ ଲହରୀ  ଜାରିରହିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe