୪୮ ଏମପି କ୍ୟାମେରା ସହ ଲଞ୍ଚ୍ ହେଲା ରେଡମି ନୋଟ୍ ୭ ଏସ୍ ! ୧୧ ହଜାର ଟଙ୍କାରୁ କମ୍ ରହିଛି ଦର ।

1,013

ଚୀନ୍ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ଭାରତରେ ନିଜର ନୂଆ ସ୍ମାର୍ଟଫୋନ୍ ରେଡମି ନୋଟ୍ ୭ ଏସ୍ କୁ ଲଞ୍ଚ୍ କରିଦେଇଛି । ରେଡମି ନୋଟ୍ ୭ ଏସର କଥା କହିଲେ ଏହି ଫୋନରେ ୪୮ ମେଗାପିକ୍ସଲର ଡୁଆଲ୍ ରିୟର୍ କ୍ୟାମେରା ରହିଛି । ଏହାଛଡା ରେଡମି ନୋଟ୍ ୭ ଏସ୍ ରେ ୪୦୦୦ ଏମଏସଚ୍ ର ଦମଦାର୍ ବ୍ୟାଟେରୀ ମଧ୍ୟ ଦିଆଯାଇଛି । ଏହି ଫୋନରେ ୬.୩ ଇଞ୍ଚ୍ ର ଫୁଲ୍ ଏଚଡି ପ୍ଲସ୍ ୱାଟରଡ୍ରପ୍ ନଚ୍ ଡିସପ୍ଲେ ରହିଛି ଯାହାର ରିଜଲ୍ୟୁସନ୍ ୨୩୪୦୍ଠ୧୦୮୦ ପିକ୍ସଲ୍ ରହିଛି । ୩ ଜିବି/୪ ଜିବି ରାମ୍ ଏବଂ ୩୨ ଜିବି / ୬୪ ଜିବି ଷ୍ଟୋରେଜ୍ ମିଳିବ । ଏହି ଫୋନରେ ଆଣ୍ଡ୍ରୋଏଡ୍ ପାଇ ୯.୦ ଆଧାରିତ ଏମଆଇୟୁଆଇ ୧୦ ମିଳିବ ।

କ୍ୟାମେରା କଥା କହିବାକୁ ଗଲେ ଏଥିରେ ଡୁଆଲ୍ ରିୟର୍ କ୍ୟାମେରା ସେଟଅପ୍ ରହିଛି ଯେଉଁଥିରେ ଗୋଟିଏ କ୍ୟାମେରା ୪୮ ମେଗାପିକ୍ସଲରେ ଥିବାବେଳେ ଦ୍ୱିତୀୟଟି ୫ ମେଗାପିକ୍ସଲ୍ ରହିଛି । ଫୋନରେ ୧୩ ମେଗାପିକ୍ସଲ୍ ର ଡୁଆଲ୍ ଫ୍ରଣ୍ଟ୍ କ୍ୟାମେରା ଦିଆଯାଇଛି । ଫୋନରେ ୪୦୦୦ ଏମଏଏଚ୍ ବ୍ୟାଟେରୀ ରହିଛି ଯାହା ଫାଷ୍ଟ୍ ଚାର୍ଜିଙ୍ଗ୍ କୁ ସପୋର୍ଟ କରେ । ୩ ଜିବି ରାମ୍ ଏବଂ ୩୨ ଜିବି ଷ୍ଟୋରେଜ୍ ଫୋନ୍ ର ଦର ୧୦,୯୯୯ ରହିଥିବା ବେଳେ ୪ ଜିବି ରାମ୍ ଏବଂ ୬୪ ଜିବି ଷ୍ଟୋରେଜ୍ ର ଦର ୧୨,୯୯୯ ଟଙ୍କା ରହିଛି ।