ପ୍ରଥମଥର ସେଲ୍ ପାଇଁ ଦୁଇଟି ଅନଲାଇନ୍ ସାଇଟରେ ଉପଲବ୍ଧ ହେଲା ରେଡମି ନୋଟ୍ ୭ ପ୍ରୋ ! ୪ ମିନିଟ୍ ଭିତରେ ହେଲା ଆଉଟ୍ ଅଫ୍ ଷ୍ଟକ୍ ।

190

ଏମଆଇ ନୂଆ ସ୍ମାର୍ଟଫୋନ୍ ରେଡମି ନୋଟ୍ ୭ ପ୍ରୋ କୁ ଆଜି ପ୍ରଥମଥର ପାଇଁ ସେଲ୍ ପାଇଁ ଉପଲବ୍ଧ କରାଯାଇଥିଲା । ଲୋକଙ୍କ ଏହି ଫୋନ୍ ର ଏତେ ଅପେକ୍ଷା ଥିଲା ଯେ ଏହି ଫୋନ୍ ମିନିଟ୍ ମଧ୍ୟରେ ଆଉଟ୍ ଅଫ୍ ଷ୍ଟକ୍ ହୋଇଗଲା । ଏହି ସେଲର ଆରମ୍ଭ ୧୨ ଟା ବେଳେ ଆରମ୍ଭ ହୋଇଗଲା । ଏହାର ମାତ୍ର ୪ ମିନିଟ୍ ପରେ ହିଁ ଫୋନ୍ ଆଉଟ୍ ଅଫ୍ ଷ୍ଟକ୍ ହୋଇଗଲା । ଆପଣଙ୍କୁ କହିରଖୁଛୁ କି ଏହି ଫୋନକୁ ଉଭୟ ଫ୍ଲିପକାର୍ଟ ଏବଂ ଏମଆଇ.କମ୍ ଦୁଇଟି ସାଇଟରେ ଉପଲବ୍ଧ କରାଯାଇଥିଲା ଏବଂ ଦୁଇଟି ସାଇଟରେ ଏହି ଫୋନ୍ ମିନିଟ୍ ମଧ୍ୟରେ ବିକ୍ରି ହୋଇଯାଇଥିଲା । ତେବେ ଆଗାମୀ ସେଲ୍ ତାରିଖ ବିଷୟରେ ଏଯାଏଁ କିଛି ଜଣାପଡିନାହିଁ । ଏହାର ଦାମ୍ ଭାରତରେ ୧୩,୯୯୯ ଟଙ୍କା କରାଯାଇଥିଲା । ଯେଉଁଥିରେ ୪ ଜିବି ରାମ୍ ସହ ୬୪ ଇଣ୍ଟରନାଲ୍ ଷ୍ଟୋରେଜ୍ ଥିଲା । ଅନ୍ୟପକ୍ଷରେ ୬ ଜିବି ରାମ୍ ଏବଂ ୧୨୮ ଜିବି ଇଣ୍ଟରନାଲ୍ ଷ୍ଟୋରେଜ୍ ଥିା ରେଡମି ନୋଟ୍ ୭ ପ୍ରୋ ର ଦାମ୍ ୧୬,୯୯୯ ଥିଲା ।

 

ରେଡମି ନୋଟ୍ ୭ ପ୍ରୋ ଫିଚର୍ସ :

ଫୋନରେ ୬.୩ ଇଞ୍ଚ୍ (୧୬ ସେ.ମି) ର ଡିସପ୍ଲେ ଦିଆଯାଇଛି । ଫୋନର ସବୁଠାରୁ ଖାସ୍ କଥା ହେଉଛି ଏହାର ବ୍ୟାକ୍ ପେନାଲରେ ଇଙ୍କକ୍ସବ ଡିଜାଇନ୍ ରହିଛି । ଯାହା ଦେଖିବା ପାଇଁ ଖୁବ୍ ଆକର୍ଷଣୀୟ ଲାଗୁଛି । ଏହାଛଡା ଫୋନର ଦୁଇ ସାଇଟରେ କର୍ଣ୍ଣିଙ୍ଗ୍ ଗୋରିଲା ଗ୍ଲାସ୍ ୫ ପ୍ରୋଟେକ୍ସନ୍ ରହିଛି । ଫୋନକୁ ପାୱାର ଦେବା ପାଇଁ ଏଥିରେ ୪,୦୦୦ ଏମଏଏଚ୍ ବ୍ୟାଟେରୀ ଦିଆଯାଇଛି । ଏହି ଫୋନ୍ କୁ ଗୋଟିଏ ଦିନ ଫୁଲ୍ ଚାର୍ଜ କଲେ ଏହା ଦୁଇଦିନ ପର୍ଯ୍ୟନ୍ତ ଚାଲିବ ।