ସୀମାରେ ଚୀନ ସେନାକୁ ନିର୍ଦ୍ଦେଶ ଦେଲେ ଜିନ୍ ପିଙ୍ଗ । କହିଲେ କୌଣସି ସମୟରେ ଭାରତ ସହ ହୋଇପାରେ ଯୁଦ୍ଧ । ସମସ୍ତ ପ୍ରସ୍ତୁତି ଶେଷ କରି ଆଗକୁ ଚାଲ

1,041

କନକ ବ୍ୟୁରୋ : ପୂର୍ବ ଲଦାଖ ଏଲଏସି ନିକଟରେ ଭାରତ ଓ ଚାଇନା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଚୀନ ଭାରତ ସୀମା ଭିତରକୁ ପଶି ଜମି ଦଖଲ କରିଥିବା ଦାବି କରୁଥିବା ବେଳେ ଭାରତ ସରକାର ଏହାକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ଏହା ସହ ଭାରତର ୨୦ ଜଣ ଯବାନଙ୍କୁ ଚୀନ ସେନା ନିର୍ମମ ଭାବେ ହତ୍ୟା କରିବା ପରେ ବି ଭାରତ ଏପର୍ଯ୍ୟନ୍ତ ଚୀନ ବିରୋଧରେ ସେମିତି କିଛି ବଡ ପଦେକ୍ଷପ ନେଇନାହିଁ।
ଏପରିସ୍ଥଳେ ଚୀନ୍ ରାଷ୍ଟ୍ରପତି ଜିନ୍ ପିଙ୍ଗ ତାଙ୍କ ସେନାକୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି । ଜିନ୍ ପିଙ୍ଗଙ୍କ ଏଭଳି ମନ୍ତବ୍ୟ ଆସିବା ପରେ ଏହା ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ବଢାଇଛି । ଏ ସଂପର୍କିତ ଖବର ଚୀନର ଚାଇନା ଗଣମାଧ୍ୟମ ସଂସ୍ଥା ଶିହ୍ନୁଆରେ ପ୍ରକାଶ ପାଇଛି । ଚୀନ ସେଣ୍ଟ୍ରଶଲ ମିଲିଟାରୀ କମିଶନର ବୈଠକରେ ଜିନ୍ ପିଙ୍ଗ ଏଭଳି କହିଥିବା ପ୍ରକାଶ ପାଇଛି । କହିରଖୁ କି ୬୭ ବର୍ଷିୟ ଜିନ୍ ପିଙ୍ଗ ଚୀନର ରାଷ୍ଟ୍ରପତି ହେବା ସଂ ସେଣ୍ଟ୍ରାଲ ମିଲିଟାରୀ କମିଶନର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି । ଅର୍ଥାତ ଚୀନରେ ଥିବା ୨୦ ଲକ୍ଷ ସୈନ୍ୟ ବାହିନୀର କମାଣ୍ଡିଙ୍ଗ ଅଧିକାରୀ ହେଉଛନ୍ତି ଜିନ୍ ପିଙ୍ଗ୍ । ଏହି କମିଶନର ବୈଠକରେ ୨୦୨୭ ସୁଦ୍ଧା ଚୀନର ସାମରିକ ବ୍ୟବସ୍ଥାକୁ ଆମେରିକା ସହିତ କିଭଳି ସମକକ୍ଷ କରାଯିବ ତାହା ଉପରେ ବିଶେଷ ଆଲୋଚନା ହୋଇଛି । ଏହାସହ ଏକ ମାଷ୍ଟର ପ୍ଲାନର ମ୍ୟାପିଂ ମଧ୍ୟ କରାଯାଇଛି ।
ଜିନ୍ ପିଙ୍ଗଙ୍କ ଏଭଳି ଆଦେଶ ଓ ଏଲଏସିରେ ଚାଇନାର ଯୁଦ୍ଧବିମାନ ପଇଁତରା ମାରିବା ଏବେ ଭାରତ ପାଇଁ ବିପଦ ଆଶଂକା ରହିଛି । ଅନ୍ୟପଟେ ଏହାକୁ ନେଇ ଭାରତର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ୍ ସିଂ ଭାରତୀୟ ସେନାକୁ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି ।