ସ୍ୱାସ୍ଥ୍ୟ ପାଇଁ ମୂଳା ହିତକାରୀ, ପ୍ରାୟ ସମସ୍ତେ ଜାଣନ୍ତି । କିନ୍ତୁ ମୂଳାପତ୍ର ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ଏହା ବହୁ କମ ଲୋକ ଜାଣନ୍ତି । ଅନେକ ଲୋକ ମୂଳାକୁ ଓ ମୂଳା ପତ୍ରକୁ ତରକାରି କରି ଖାଇଥାନ୍ତି । ତେବେ ଆସନ୍ତୁ ଜାଣିବା ମୂଳା ପତ୍ରରେ ରହିଥିବା କେତେକ ଗୁଣ ସମ୍ବନ୍ଧରେ ।

Advertisment

- ଆମ ସ୍ୱାସ୍ଥ୍ୟ ପାଇଁ ମୂଳାପତ୍ର ବେଶ ଉପଯୋଗୀ । ଯଦି ଆପଣ ମଧୁମେୟ ରୋଗରେ ଶିକାର ହୋଇଥାନ୍ତି । ତେବେ ମୂଳାପତ୍ର ଖାଆନ୍ତୁ, କାରଣ ମୂଳା ପତ୍ରରେ ରହିଥିବା ପୋଷକ ତତ୍ୱ ମଧୁମେୟ ରୋଗକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

- ଆପଣ  ଥଣ୍ଡା ବା କାଶ ସମସ୍ୟା ପାଇଁ ଚିନ୍ତିତ ରହିଛନ୍ତି କି ? ତେବେ ଆପଣ ଡାଏଟରେ ମୂଳାପତ୍ରକୁ ସାମିଲ କରନ୍ତୁ । କାରଣ ପତ୍ରରେ ଭରପୁର ମାତ୍ରରେ ଆଂଟି-କଂଜେଷ୍ଟିବ ଗୁଣ ରହିଛି । ଯାହା ଫଳରେ କଫକୁ ଦୂର କରିବାରେ ସାହାଯ୍ୟ କରିଥାଏ ମୂଳାପତ୍ର ।

- ମୂଳାପତ୍ରରେ ଆଂଟି-ହାଇପରଟେନସିଭ ବା ପୋଟାସିୟମ ରହିଛି । ଯାହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହ ବୃକକକୁ ମଧ୍ୟ ଭଲ ଭାବେ ନିୟନ୍ତ୍ରଣ  କରିଥାଏ ମୂଳାପତ୍ର ।