ଲାଲଲଙ୍କା ଖାଇଲେ ଦୂର ହେବ କ୍ୟାନସର । ଗର୍ଭବତୀ ମହିଳାଙ୍କ ପାଇଁ ଅନେକ ଉପକାରୀ

209

ଲଙ୍କା ଅନେକ ଲୋକ ଖାଇବାକୁ ପସନ୍ଦ କରିନଥାନ୍ତି । ଆପଣ ଜାଣିଛନ୍ତି କି ଲାଲ ଲଙ୍କା ଶରୀର ପାଇଁ ଅନେକ ଉପକାରୀ । ଏହାର ରହିଛି ଅନେକ ଔଷଧୀୟ ଗୁଣ। ଆମିନୋ ଏସିଡ, ଫୋଲିକ ଏସିଡ, ସାଇଟ୍ରିକ ଏସିଡ, ମେଲୋନିକ ଏସିଡ ପରି ଏଥିରେ ରହିଛି ଆହୁରି ଅନେକ ଉପଯୋଗୀ ତତ୍ତ୍ୱ। ସବୁଜ ତଥା ସାଧାରଣ ଲଙ୍କାଠାରୁ ଲାଲ ଲଙ୍କା ବହୁଗୁଣ ଲାଭ ଦେଇଥାଏ। ଏବେ ଜାଣନ୍ତୁ ଏହାର କେତେକ ଉପକାରିତା

-ମସଲାଯୁକ୍ତ ଖାଦ୍ୟ ଓଜନ ହ୍ରାସ କରେ କହିଲେ ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ମାତ୍ର ହଳଦୀ, ଲାଲଲଙ୍କା, ଗୋଲମରିଚ ପରି ମସଲା ସ୍ୱାସ୍ଥ୍ୟ ପାଇଁ ଲାଭପ୍ରଦ ହେବା ସହ ଏହା ଓଜନ ହ୍ରାସ କରିଥାଏ। ଏହି ମସଲାରେ ଫ୍ୟାଟ ଏବଂ କ୍ୟାଲୋରିର ମାତ୍ରା ବହୁତ କମ ରହିଥାଏ।

-ଗର୍ଭବତୀମାନେ ଏହା ଖାଇବାକୁ ବାରଣ କରାଯାଇଥିଲେ ମଧ୍ୟ ଆବଶ୍ୟକ ମୁତାବକ ଖାଇବା ଦ୍ୱାରା ଏହା ଅନେକ ଲାଭ ଦେଇଥାଏ। ଏଥିରେ ପର୍ଯ୍ୟାପ୍ତ ମାତ୍ରାରେ ଫୋଲିକ ଏସିଡ ଥିବାରୁ ଗର୍ଭବତୀ ମହିଳା ଏହାକୁ ଖାଇବା ଦରକାର।

-ଲାଲ ଲଙ୍କା ଉପଯୁକ୍ତ ପରିମାଣର ଖାଇବା ଦ୍ୱାରା ଏହା ବିଭିନ୍ନ ଗ୍ୟାସଟ୍ରିକ ସମସ୍ୟାରୁ ରକ୍ଷା କରିଥାଏ। କାରଣ ଏହା ଆମର ପାଚନ ଶକ୍ତିକୁ ବୃଦ୍ଧି କରିଥାଏ।

-ଲାଲ୍ ଲଙ୍କା ରକ୍ତ ସଂଚାଳନକୁ ଠିକ ରଖିଥାଏ। ତେଣୁ ଏହା ଶୁଷ୍କ ତଥା ଅସମୟରେ ପାଚି ଯାଉଥିବା କେଶର ସୁରକ୍ଷା କରିଥାଏ। ଏହା କେଶକୁ ବଢ଼ିବାରେ ମଧ୍ୟ ସହାୟକ ହୋଇଥାଏ। ତେଣୁ କେଶଜନିତ ସମସ୍ୟା ଥିଲେ ନିଜର ଖାଦ୍ୟରେ ଲାଲ୍ ଲଙ୍କା ସାମିଲ୍ କରନ୍ତୁ।

-ଲାଲ୍ ଲଙ୍କାକୁ କର୍କଟରୋଗ ନିରୋଧୀ ଭାବେ ମଧ୍ୟ ବ୍ୟବହାର କରାଯାଇଥାଏ। ଏଥିରେ ଥିବା କେପସାସିନ ତତ୍ତ୍ୱ ଶରୀରରୁ କର୍କଟର କୋଷଗୁଡ଼ିକୁ ନଷ୍ଟ କରିବାରେ ସହାୟକ ହୋଇଥାଏ।

-ଲାଲଲଙ୍କା ପ୍ରାକୃତିକ ଉପାୟରେ ରକ୍ତଚାପକୁ ହ୍ରାସ କରିଥାଏ। ଏହା ପ୍ଲେଟେସକୁ କମ୍ କରି ରକ୍ତର ପ୍ରବାହକୁ ସୁଗମ କରିଥାଏ।

-ଅତ୍ୟଧିକ ମଦ୍ୟପାନ କରିଥିବା ବ୍ୟକ୍ତିର ହ୍ୟାଙ୍ଗଓଭର ତୁଟି ନ ଥିଲେ ଏହି ଲଙ୍କା ଖାଇବା ଦ୍ୱାରା ଏଥିରୁ ରକ୍ଷା ମିଳେ। ଏଥିପାଇଁ ସଂପୃକ୍ତ ବ୍ୟକ୍ତିକୁ ଦୁଇ ଚିମୁଟା ଲଙ୍କାଗୁଣ୍ଡ ଉଷୁମ ପାଣିରେ ମିଶାଇ ପିଇବାକୁ ଦିଅନ୍ତୁ।

-କିଛି ଲୋକ ଯେତେ ଶୋଇଲେ ବି ସହଜରେ ସେମାନଙ୍କ ନିଦ ଛାଡ଼େ ନାହିଁ। ସେମାନଙ୍କ ନିଦ ଛଡ଼ାଇବା ପାଇଁ ରାତିରେ ଖାଇବା ପୂର୍ବରୁ ପାଣିରେ ଲାଲ ଲଙ୍କାଗୁଣ୍ଡକୁ ମିଶାଇ ସେଥିରୁ ତିନି ଚାରିବୁନ୍ଦା ସେବନ କରିବା ଦରକାର।

-ପେଟରେ ଯନ୍ତ୍ରଣା ହେଉଥିଲେ ଗୁଡ଼ ସହ ଏହାର ସାମାନ୍ୟ ଗୁଣ୍ଡକୁ ମିଶାଇ ସେବନ କରିବା ଦ୍ୱାରା ଯନ୍ତ୍ରଣା ଦୂର ହୋଇଥାଏ।