କନକ ବ୍ୟୁରୋ : ମନମୋହୁଛି ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପର୍ଯ୍ୟଟନସ୍ଥଳୀ । ଅସ୍ତରଙ୍ଗର ଜାହାନିଆରୁ ନେଇ ଗଙ୍ଗାଦେବୀ ପୀଠ ପାଲଟିଛି ଅନ୍ୟତମ ଆକର୍ଷଣ । ଗଙ୍ଗାଦେବୀ ପର୍ଯ୍ୟଟନକ୍ଷେତ୍ର ପ୍ରକୃତିରର ଅନନ୍ୟ ଉପହାର କହିଲେ ଚଳେ । ଏଠାରେ ବିସ୍ତୀର୍ଣ୍ଣ ଲୁଣା ଜଙ୍ଗଲରୁ ନେଇ ଦେବୀ ନଦୀ ମୁହାଣ ଆଉ ତା ସହିତ ନାଲି କଙ୍କଡାର ଦୃଶ୍ୟ ମୁଖ୍ୟ ଆକର୍ଷଣ ପାଲଟିଛି । ଏହି ଅଂଚଳରେ ବିଦେଶାଗତ ପକ୍ଷୀ ମାନଙ୍କର କଳରବରେ ମଧ୍ୟ ମୁଖରିତ ହୋଇଉଠେ ପରିବେଶ । ଏହିସବୁକୁ ନଜରରେ ରଖି ନିର୍ମାଣ ହୋଇଛି ମାଙ୍ଗରୋଭ ରିଟ୍ରିଟ । ୩କୋଟି ୫୦ଲକ୍ଷ ବ୍ୟୟରେ ଏଠାରେ ଏହି ରିଟ୍ରିଟ ନିର୍ମାଣ କରାଯାଇଛି । ଦୂରଦୂରାନ୍ତରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି । ଏଠାରେ ୧୦ଟି କଟେଜ ତିଆରି କରାଯାଇଛି । ଗୋଟିଏ କଟେଜରେ ୨୦ରୁ ୩୦ ଜଣ ରହିବାର ବ୍ୟବସ୍ଥା ହୋଇଛି । କଟେଜ ଗୁଡିକ ସାମୁଦ୍ରିକ କଇଁଛ ଆକୃତିର ନିର୍ମାଣ କରାଯାଇଛି । ଓଡ଼ିଶାର ଅନେକ ଇକୋ ରିଟ୍ରିଟ କରାଯାଇଥିବା ବେଳ ଏଠାରେ କିନ୍ତୁ କିିଛି ନିଆରା ଭାବେ ରିଟ୍ରିଟକୁ କରାଯାଇଛି । ଯାହାକି ଦର୍ଶକଙ୍କୁ ବେଶ ଆକର୍ଷିତ କରିବ ।
ମାଙ୍ଗରୋଭ ରିଟ୍ରିଟ ଏବେ ନୂଆ ରୂପରେ ଝଲସୁଛି । ନୂଆ ଜ୍ଞାନ କୌଶଳରେ ଏହାକୁ ତିଆରି କରାଯାଇଥିବା ବେଳେ ବେଡ ଓ ଡାଇନିଂ ମଧ୍ୟ ସୁନ୍ଦର ଭାବେ ସଜ।।ଯାଇଛି । ପର୍ଯ୍ୟଟକଙ୍କ ଖାଇବା ରହିବାରୁ ନେଇ ବୋଟିଂ ପାଇଁ ମଧ୍ୟ ସମସ୍ତ ସୁବିଧା କରାଯାଇଛି । ଆଲୋକମାଳାରେ ସଜାଯାଇଥିବା ବେଳେ ଆସୁଥିବା ପର୍ଯ୍ୟଟକ ବେଳାଭୂମିର ବେଶ ମଜା ଉଠାଇପାରିବେ । ପଯ୍ୟଟକ ବିଭାଗ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥାମାନ କରାଯାଇଛି ।
ବେଳାଭୂମିରୁ ନେଇ ବିଦେଶୀ ପକ୍ଷୀଙ୍କ ସମାଗମ ସହିତ ନାଲି କଙ୍କଡାର ଦୃଶ୍ୟ ମାଙ୍ଗରୋଭ ରିଟ୍ରିଟର ମୁଖ୍ୟ ଆକର୍ଷଣ ପାଲଟିବ ।