କନକ ବ୍ୟୁରୋ: ୟୁପିରେ କିଏ ଗଢିବ ସରକାର? ଗେରୁଆଧାରୀ ନା ଅଖିଳେଶ ହେବେ ମୁଖ୍ୟମନ୍ତ୍ରୀ? ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ଦୁଇଟି ପ୍ରମୁଖ ରାଜନୈତିକ ଦଳ ଏବେଠୁ ବିଜୟର ଦାବି କଲେଣି । ଯାହାକି ଦୁଇ ଦଳର ଦୁଇଟି ଟୁଇଟରୁ ଅନୁମାନ କରାଯାଉଛି ।

Advertisment

ଶନିବାର ଉତ୍ତରପ୍ରଦେଶ ବିଜେପିର ଟୁଇଟର ଆକାଉଣ୍ଟରୁ ଏକ ଫଟୋ ସେଆର କରାଯାଇଥିଲା । ଯେଉଁଥିରେ ଯୋଗୀଙ୍କ ଫଟୋ ରଖାଯାଇ ଲେଖାଯାଇଥିଲା “ରାଜତିଲକ କି କରୋ ତୟାରି, ୧୦ ମାର୍ଚ୍ଚକୁ ଫିର୍ ଆ ରହେ ହେଁ ଭଗବାଧାରୀ” । ଅର୍ଥାତ ନିର୍ବାଚନ ତାରିଖ ଘୋଷଣା ହେବା ସହିତ ବିଜେପି ମାର୍ଚ୍ଚରେ ୧୦ ଭୋଟ୍ କାଉଣ୍ଟିଂ ଦିନ ବହୁମତ ହାସଲ କରିବ ବୋଲି ଏବେଠୁ ଦାବି କରିଛିି ।

ଅନ୍ୟପଟେ ବିଜେପିକୁ ଟକ୍କର ଦେଉଥିବା ସମାଜବାଦୀ ପାର୍ଟି ମଧ୍ୟ ତତକ୍ଷଣାତ୍ ନିଜ ଟୁଇଟର ଆକାଉଣ୍ଟରୁ ଆଉ ଗୋଟିଏ ଫଟୋ ସେୟାର କରିଥିଲା । ଏହି ଫଟୋରେ ଅଖିଳେଶ ଯାଦବଙ୍କ ଫଟୋ ରଖାଯାଇ ଲେଖାଯାଇଥିଲା “୧୦ ମାର୍ଚ୍ଚକୁ ଆସୁଛନ୍ତି ଅଖିଳେଶ” । ଅର୍ଥାତ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନର ଯେଉଁଦିନ ଫଳାଫଳ ପ୍ରକାଶ ପାଇବ ସେଦିନ ଦଳ ବହୁମତ ହାସଲ କରିବ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ମଧ୍ୟ ଦାବି କରାଯାଇଛି । ତେବେ ଦୁଇ ଦଳର ଏହି ପୋଷ୍ଟର ୱାର୍ ପରେ ସମର୍ଥକଙ୍କ ଭିତରେ ବି ଉତ୍ସାହ ଦେଖିବାକୁ ମିଳିଛି । ଅନେକ ଲୋକ ଏହି ଦୁଇଟି ଟୁଇଟକୁ ରି-ଟୁଇଟ୍ କରିବା ସହିତ ନିଜ ନିଜ ପାର୍ଟିର ବିଜୟ ନେଇ ଦାବି କରିଛନ୍ତି ।

ଅନ୍ୟପଟେ ଉତ୍ତରପ୍ରଦେଶ ବିଜେପି ପକ୍ଷରୁ ଏହି ଫଟୋ ସେଆର କରାଯିବା ପରେ, ଚଳିତ ନିର୍ବାଚନରେ ଦଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ହିନ୍ଦୁତ୍ୱ ଏଜେଣ୍ଟାକୁ ଆଗକୁ ଆଣି ନିର୍ବାଚନ ଲଢିପାରେ ବୋଲି କୁହାଯାଉଛି । ତା ସହିତ ଯୋଗୀ ଆଦିତ୍ୟନାଥ ଗତକାଲି ନିର୍ବାଚନ ତାରିଖ ଘୋଷଣା ହେବା ପରେ ତାଙ୍କର ନିଶ୍ଚୟ ବିଜୟ ହେବ ବୋଲି ମଧ୍ୟ କହିସାରିଛନ୍ତି ।

ସେହିପରି ପୂୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ମଧ୍ୟ ଗତକାଲି ତାରିଖ ଘୋଷଣା ହେବା ପରେ କହିଛନ୍ତି, ବିଜେପି ଚାଷୀଙ୍କ ହିତ ପାଇଁ କିଛି ବି କରିନି । ୧୦ ମାର୍ଚ୍ଚକୁ ବିଜେପି ସଫା ହେବାକୁ ଯାଉଛି । ୧୦ ତାରିଖ ପରେ ସମାଜବାଦୀ ପାର୍ଟି ଯେଉଁ ସଙ୍କଳ୍ପ ନେଇଛି, ତାହା ପୂରା ହେବ । ରାଜ୍ୟର ଜନସାଧାରଣ ମାଗଣାରେ ବିଜୁଳି ପାଇବେ ବୋଲି ଅଖିଳେଶ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଗତକାଲି ନିର୍ବାଚନ କମିଶନ କୋଭିଡ୍ କଟକଣା ଭିତରେ ଉତ୍ତରପ୍ରଦେଶ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି । ଫେବୃଆରୀ ୧୦ରୁ ଏହି ନିର୍ବାଚନ୍ ଆରମ୍ଭ ହୋଇ ମାର୍ଚ୍ଚ ୧୦ ତାରିଖରେ ଶେଷ ହେବ । ତେବେ ୪୦୩ ସିଟ୍ ବିଶିଷ୍ଟ ୟୁପି ବିଧାନସଭା ପାଇଁ ଏଥର ବିଜେପି ଏବଂ ସମାଜବାଦୀ ଭିତରେ ଜୋରଦାର ଟକ୍କର ହବେ ବୋଲି କୁହାଯାଉଛି । ତେଣୁ ଏହାରି ଭିତରେ ଯୋଗୀ ଆଉ ଅଖିଳେଶଙ୍କ ଏହି ପୋଷ୍ଟର ୱାର ୟୁପି ରାଜନୀତିକୁ ଆହୁରି ସରଗରମ କରିଛି ।