ଡେନମାର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ରେଡ କାର୍ପେଟ ସ୍ୱାଗତ: ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ କଲେ ଅପିଲ

235

କନକ ବ୍ୟୁରୋ: ତିିନି ଦିନିଆ ୟୁରୋପିୟ ଦେଶର ଦ୍ୱିତୀୟ ଦିନରେ ଡେନମାର୍କରେ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାଖିକ ଆଲୋଚନା କରିଛନ୍ତି ମୋଦୀ । ଏହି ସମୟରେ ମୋଦୀ ରୁଷ- ୟୁକ୍ରେନ ଯୁଦ୍ଧ ସର୍ମ୍ପକରେ ଆଲୋଚନା କରି ତୁରନ୍ତ ଯୁଦ୍ଧ ବନ୍ଦ କରିବାର ଅପିଲ କଥା ମଧ୍ୟ କହିଛନ୍ତି ମୋଦୀ । ଏହା ପରେ ବୈଠକରେ ଜଳବାୟୁ ପରିବର୍ତନ, ଶକ୍ତି ନବୀକରଣ, ପ୍ରତିରକ୍ଷାକ୍ଷେତ୍ରରେ ଉପରେ ଆଲୋଚନାର କାର୍ଯ୍ୟକ୍ରମ ରହିଛି ।

ୟୁରୋପଗସ୍ତର ୨ୟ ଦିନରେ ଡେନମାର୍କରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଡେନମାର୍କ ଓ ଭାରତ ମଧ୍ୟରେ କିଛି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ସ୍ୱାକ୍ଷର ହେବା ସହ ଦ୍ୱିପାକ୍ଷୀକ ଆଲୋଚନା କରାଯାଇଛି । ଆଲୋଚନା ପରେ ସାମ୍ବାଦିକ ସମ୍ମିଳନୀ କରି ପ୍ରଧାନମନ୍ତ୍ରୀ ମୋଦି ଋଷ-ୟୁକ୍ରେନ ଯୁଦ୍ଧ ଉପରେ ବଡ ବୟାନ ରଖିଛନ୍ତି । ଯୁଦ୍ଧଉପରେ ତୁରନ୍ତ ବିରାମ ଲଗାଯିବା ଉଚିତ ବୋଲି ଡେନମାର୍କରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ସେପଟେ ଭାରତ ସହ ନିଜ ଦେଶ ସର୍ମ୍ପକକୁ ଅଧିକ ମଜବୁତ କରିବା ଦିଗରେ ଗୁରୁତ୍ୱ ଦେଇଛନ୍ତି ଡେନମାର୍କ ପ୍ରଧାନମନ୍ତ୍ରୀ । ଡେନମାର୍କ ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ କହିଛନ୍ତି ଯେ ଭାରତ ସହ ଭବିଷ୍ୟତରେ ସୁଦୃଢ ସର୍ମ୍ପକ ରହିବା ନେଇ ଆଶାୟୀ ଅଛି ଡେନମାର୍କ ।

ଦ୍ୱିପାକ୍ଷୀକ ଆଲୋଚନା ପରେ ଭାରତ ଓ ୟୁକ୍ରେନ ମଧ୍ୟରେ ପ୍ରତିନିଧସ୍ତରୀୟ ବୈଠକ ବସିଛି । ବୈଠକରେ ଜଳବାୟୁ ପରିବର୍ତନ, ଶକ୍ତି ନବୀକରଣ, ପ୍ରତିରକ୍ଷାକ୍ଷେତ୍ରରେ ଉପରେ ବୈଠକରେ ଆଲୋଚନା କରାଯାଇଛି । ଏଥିସହ ଦୁଇ ଦେଶ ମଧ୍ୟରେ ସହଭାଗିତାକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

ଡେନମାର୍କରେ ପହଁଚିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କୋପେନହେଗନ ବିମାନବନ୍ଦରରେ ପାଛୋଟି ନେବାକୁ ନିଜେ ଡେନମାର୍କର ପ୍ରଧାନମନ୍ତ୍ରୀ ମେଟେ ଫ୍ରେଡରିକ୍ସନ ପହଁଚିଥିଲେ । ପରେ ଡେନମାର୍କ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଦୁଇ ରାଷ୍ଟ୍ରନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ଡେନମାର୍କ ରହଣୀ ସମୟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଉ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ଯୋଗ ଦେବେ । ଇଣ୍ଡିଆ-ନର୍ଦିକ ସମ୍ମିଳନୀରେ ଯୋଗ ଦେବେ । ପରେ ଇଣ୍ଡିଆ ଡେନମାର୍କ ବିଜନେଓ ସମ୍ମିଳନୀକୁ ସମ୍ବୋଧନ କରିବେ । ଏହାର କିଛି ସମୟ ପରେ ପ୍ରବାସୀଭାରତୀୟଙ୍କୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି । ଡେନମାର୍କ ରାଣୀ କୁଇନ ମାରଗ୍ରେଥୀ ଦ୍ୱିତିୟଙ୍କ ସହ ଆଜି ରାତ୍ରୀଭୋଜନର କାର୍ଯ୍ୟକ୍ରମ ରହିଛି ।