ରାଜ୍ୟରେ ଅସମ୍ଭାଳ ତାତି । କଟକକୁ ରେଡ୍ ଆଲର୍ଟ, ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କଲା ପାଣିପାଗ ବିଭାଗ ।

207

କନକ ବ୍ୟୁରୋ: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । କଟକକୁ ରେଡ ଆଲର୍ଟ ଜାରି କରାଯାଇଥିବା ବେଳେ ରାଜଧାନୀ ଭୁବନେଶ୍ୱରକୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ଦିନ ସାଢ଼େ ୧୧ଟା ସୁଦ୍ଧା ୪୧ ଡିଗ୍ରୀ ଟପିଛି ପାରଦ । ୪୧.୪ ଡିଗ୍ରୀ ସହ ବାଲେଶ୍ୱର ପାଲଟିଛି ସବୁଠୁ ଉତପ୍ତ ସହର । କେନ୍ଦୁଝରରେ ତାତି ରହିଛି ୪୧ ଡିଗ୍ରୀ, ଭୁବନେଶ୍ୱର ୪୦.୪, ଝାସୁଗୁଡ଼ା ୩୯.୮, ହୀରାକୁଦ ଓ ରାଉରକେଲାରେ ପାରଦ ୩୯ ଡିଗ୍ରୀ ରେକର୍ଡ କରାଯାଇଛି । ମେ ୧ ତାରିଖ ଯାଏ ଏଭଳି ତାତି ଜାରି ରହିବ ବୋଲି ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।ତେବେ ମେ ପ୍ରଥମ ସପ୍ତାହରୁ ତାପମାତ୍ରାରେ ସାମନ୍ୟ ହ୍ରାସ ଘଟିବା ନେଇ ଆକଳନ କରାଯାଇଛି । ପଶ୍ଚିମାଝଡ଼ ପ୍ରଭାବରେ ମେ ପହିଲାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ମଧ୍ୟ ସମ୍ଭାବନା ରହିଛି । ତେବେ ତାପମାତ୍ରା କମିଲେ ମଧ୍ୟ ଉଷ୍ମ ଓ ଆର୍ଦ୍ର ସ୍ଥିତି ସେମିତି ରହିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ ।