କନକବ୍ୟୁରୋ :ଅସହ୍ୟ ହେଲାଣି ତାତି । ଟୁଇନ୍ ସିଟିକୁ ଭୀଷଣ ଗ୍ରୀଷ୍ମ ପ୍ରବାହ ନେଇ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ୱରରେ ୪୩ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ୪୪ ଦଶମିକ ୧ ସହ ବାଲେଶ୍ୱର ସବୁଠୁ ଉତପ୍ତ ସହର । ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ସତର୍କ କରାଇଲା ଆଂଚଳିକ ପାଣିପାଗ ବିଭାଗ । ଆଜି ଓ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ହେବ ଗ୍ରୀଷ୍ମ ପ୍ରବାହ ।
ଏଥିପାଇଁ ଆଜି ଓ ଆସନ୍ତାକାଲି ପାଇଁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ୨ ତାରିଖରୁ ତାତି ସାମାନ୍ୟ ହ୍ରାସ୍ ପାଇବ । ୨ ଓ ୩ ତାରିଖ ପାଇଁ ଅରେଂଜ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଦିନ ୧୧ଟା ୩୦ ସୁଦ୍ଧା ୪୪ ଡିଗ୍ରୀ ଉପରେ ପାରଦ । ୪୪ ଦଶମିକ ୧ ଡିଗ୍ରୀ ସହ ବାଲଶ୍ୱର ସବୁଠାରୁ ଉତପ୍ତ ସହର ହୋଇଛି । ଭୁବନେଶ୍ୱରରେ ୪୩ ଦଶମିକ ୬ ଡିଗ୍ରୀ ତାପମାତ୍ରା ରେକର୍ଡ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/04/16-28.jpg)