ପ୍ଲାଜମା ଦାନ ପାଇଁ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା: ଟୁଇଟ କରି ଲେଖିଲେ ଆକ୍ରାନ୍ତଙ୍କ ଆରୋଗ୍ୟରେ ହେବ ସହାୟକ

ଏନଡିଆରଏଫ, ଅଗ୍ନିଶମ କର୍ମଚାରୀ ଓ ହୋମଗାର୍ଡଙ୍କୁ ପ୍ରଶଂସା

258

କନକ ବ୍ୟୁରୋ: ପ୍ଲାଜମା ଦାନ କରିବାକୁ ଯାଉଥିବା କରୋନା ଯୋଦ୍ଧାଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ । ଆଜି ଟୁଇଟ କରି ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି । ଏନଡିଆରଏଫ, ହୋମଗାର୍ଡ , ଅଗ୍ନିଶମବାହିନୀ କର୍ମଚାରୀ ଯେଉଁମାନେ ପ୍ଲାଜମା ଦାନ କରିବାକୁ ନିଷ୍ପତି ନେଇଛନ୍ତି ତାଙ୍କୁ ପ୍ରଶଂସା କରିଛନ୍ତି ।

କରୋନାରେ ଆକ୍ରାନ୍ତ ଗୁରୁତର ରୋଗୀଙ୍କୁ ଆରୋଗ୍ୟ ହେବାରେ ଏହି ପ୍ଲାଜମା ଥେରାପି ସହାୟକ ହେବ । ପ୍ଲାଜମା ଦାନ କରି ମୂଲ୍ୟବାନ ଜୀବନ ବଂଚାଇ ହେବ । ସର୍ବୋପରି କରୋନା ଯୋଦ୍ଧାଙ୍କ ପ୍ଲାଜମା ଦାନ ଅନ୍ୟ ଆକ୍ରାନ୍ତଙ୍କୁ ପ୍ରେରଣା ଯୋଗାଇବ ବୋଲି ଟ୍ୱିଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।